ଗ୍ରାମରୁ ତଡ଼ା ଖାଇ ଥିବା ଦମ୍ପତିକୁ ହାତ ବଢ଼ାଇଲେ ହିରନ୍ୟମୟି ସାମାଜିକ ସେବା ଟ୍ରଷ୍ଟ…

ଜଳେଶ୍ଵର/ବାଲିଆପାଳ (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ଶ୍ରୀରାମପୁର ପଂଚାୟତ ମହିସାମୁଣ୍ଡା ଗ୍ରାମର ଆଦିବାସୀ ସାହିର ଲୁସ୍କୁ ଟୁଡୁ ଏବଂ ତାଙ୍କ ପତ୍ନୀ ଓ ତାଙ୍କର ୮ ବର୍ଷ ପୁଅକୁ ଗ୍ରାମବାସୀ ଡାହାଣୀ ସନ୍ଦେହରେ ଜୀବନରୁ ମାରିଦେବାକୁ ଧମକ ଦେଇ ଗ୍ରାମରୁ ବାହାର କରି ଦେଲା ପରେ ସେମାନେ ଭୟଭୀତ ଅବସ୍ଥାରେ ପାଳପଡା ଗ୍ରାମରେ ଏକ ହୋମ ପାଇପ ତଳେ ଆଶ୍ରୟ ନେଇଥିଲେ | ଏହି ଖବର ଗଣମାଧ୍ୟମ ଦ୍ୱାରା ପ୍ରଚାରିତ ହେବା ପରେ ରାଜ୍ୟ ହିରନ୍ୟମୟୀ ସାମାଜିକ ସେବା ଟ୍ରଷ୍ଟ ଟିମର ମେମ୍ବର ମାନଙ୍କ ଦ୍ୱାରା ବାଲିଆପାଳ ଥାନାକୁ ଯାଇ ସେମାନଙ୍କର ସୁରକ୍ଷା ଓ ଥଇଥାନ ବାବଦରେ ଆଇ.ଆଇ.ସିଙ୍କ ସହିତ ଆଲୋଚନା କରି ଏବଂ ଲୁସ୍କୁ ଟୁଡୁ ତାଙ୍କ ପତ୍ନୀ ଓ ତାଙ୍କ ପୁଅଙ୍କୁ କମ୍ବଳ ଲୁଗାପଟା ଚାଉଳ ସହିତ କିଛି ଖାଦ୍ୟ ପ୍ରଦାନ କରା ଯାଇଥିଲା | ସେବା ଟ୍ରଷ୍ଟର ଜାତୀୟ ସଭାପତି ଶ୍ରୀମତୀ ଚୈତାଳି ଲୋଧ, ରାଜ୍ୟ ସଭାପତି ବୀରେନ୍ଦ୍ର କୁମାର ପୋଥାଳ, ରାଜ୍ୟ ଭାରପ୍ରାପ୍ତ ଅଧିକାରୀ ତପନ ମହାଳିକ ପ୍ରମୁଖଙ୍କ ସହାୟତାରେ ଏହି କାର୍ଯ୍ୟ ସମାପନ ହୋଇଥିଲା |