ଓଡିଶା ବ୍ଲଡ଼ ଡୋନର୍ସ ଆସୋସିଏସନ ତରଫରୁ କୋଭିଡ଼ ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା…

ଜଳେଶ୍ଵର/ବସ୍ତା (ସମୃଦ୍ଧ ଓଡିଶା) ରୁପ୍ସାସ୍ଥିତ ଓଡିଶା ବ୍ଲଡ଼ ଡୋନର୍ସ ଆସୋସିଏସନ ତରଫରୁ ବାଗଦେବୀ ଶିକ୍ଷାକେନ୍ଦ୍ର ସଭାଗୃହରେ ସ୍ଵେଚ୍ଛା ରକ୍ତଦାନ ସଚେତନତା ସହ କୋଭିଡ଼-୧୯ ଯୋଦ୍ଧା ସମ୍ମାନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ସଙ୍ଗଠନର ସଭାପତି ଭିକାରୀ ଚରଣ ମିସ୍ତ୍ରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ନୀଳମଣି ମହା ବିଦ୍ୟାଳୟର ଓଡ଼ିଆ ବିଭାଗର ପ୍ରାଧ୍ୟାପକ ଡ଼ଃ ତପନ କୁମାର ବେହେରା ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ବାଲେଶ୍ୱରସ୍ଥିତ ଓଡିଶା ବ୍ଲଡ଼ ବ୍ୟାଙ୍କର ବ୍ଲଡ଼ ବ୍ୟାଙ୍କ ଅଫିସର ଡା.ବସନ୍ତ କୁମାର ଉପାଧ୍ୟାୟ ଯୋଗ ଦେଇଥିଲେ । ସ୍ଵେଚ୍ଛା ରକ୍ତଦାନ ଭଳି ମହତ କାର୍ଯ୍ୟରେ ଅଂଶଗ୍ରହଣ କରୁଥିବା ରକ୍ତଦାତା ଓ ରକ୍ତଦାନ ଶିବିର ଆୟୋଜକମାନେ ସମାଜର କଲ୍ୟାଣ ସାଧନ କରୁଥିବାରୁ ସେମାନଙ୍କୁ ପ୍ରଶଂସା କରିବା ଏକାନ୍ତ ଆବଶ୍ୟକ । ଆଜିର ଯୁବପୀଢ଼ି ଏଭଳି କାର୍ଯ୍ୟରେ ନିଜକୁ ସାମିଲ କରିବା ସହ ଅନ୍ୟମାନଙ୍କୁ ସାମିଲ କରାଇ ପାରିଲେ ଆଗାମୀ ଦିନରେ ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ହୋଇ ପାରିବ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ । ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଜୁନିଅର ଟେଲିକମ ଅଫିସର ସୁଧାକର ଗିରି ଓ ଜଗଦୀଶ ଚନ୍ଦ୍ର ପଟ୍ଟନାୟକ ପ୍ରମୁଖ ଯୋଗଦେଇ ଥିଲେ । ଓଡିଶା ବ୍ଲଡ଼ ଡୋନର୍ସ  ଆସୋସିଏସନର ସଦସ୍ୟ ରବୀନ୍ଦ୍ର କୁମାର ପରିଡା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସାଧାରଣ ସମ୍ପାଦକ ଗୋପାଳ ଚନ୍ଦ୍ର ସାହୁ ସ୍ୱାଗତ ଭାଷଣ ଦେଇଥିଲେ । ଅଧ୍ୟାପକ ଗୌରାଙ୍ଗ ପଣ୍ଡା କାର୍ଯ୍ୟକ୍ରମର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଅମିତ କୁମାର ବେହେରା, ସୂର୍ଯ୍ୟକାନ୍ତ ବେହେରା ଓ ଅପରାଜିତା ଦେବ ପ୍ରମୁଖ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଓଡିଶା ବ୍ଲଡ଼ ଡୋନର୍ସ ଆସୋସିଏସନ ତରଫରୁ ଡ଼ା. ବସନ୍ତ କୁମାର ଉପାଧ୍ୟାୟ, କାଉନସେଲର ସୁଚିସ୍ମିତା ଦାସ, ଲାବରେଟୋରୀ ଟେକନିସିଆନ ବସନ୍ତ କୁମାର ଜେନା, କର୍ମଚାରୀ ଅଜୟ କୁମାର ମହାପାତ୍ର, ହରିଶ୍ଚନ୍ଦ୍ର ମହାପାତ୍ର ଓ ରୂପସାର ଗଛ ମଣିଷ ରବୀନ୍ଦ୍ର କୁମାର ବେହେରାଙ୍କୁ କୋଭିଡ଼- ୧୯ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ବଙ୍କିମ ଚନ୍ଦ୍ର ବେହେରା, କାର୍ତ୍ତିକ କୁମାର ଜେନା, ରଞ୍ଜନ କୁମାର ରାଉଳ, ଶୁଭଜିତ ପରିଡା, ସୁରେନ୍ଦ୍ର ଗିରି, ମୃତ୍ୟୁଞ୍ଜୟ ବାରିକ ଓ ପ୍ରତାପ ଚନ୍ଦ୍ର ଗିରି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସଦସ୍ୟ ରବୀନ୍ଦ୍ର କୁମାର ପରିଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।