ଗାନ୍ଧୀ ଜୟନ୍ତୀ ଅବସରରେ ବାଲିଆପାଳ ବ୍ଲକ ବିଜୁ ଯୁବ ଜନତା ଦଳ ଓ ଛାତ୍ର ଜନତା ଦଳ ପକ୍ଷରୁ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ…

ଜଳେଶ୍ଵର/ବାଲିଆପାଳ (ସମୃଦ୍ଧ ଓଡିଶା) ମନେ ପଡନ୍ତି ଆଜି ବାପୁ.. ଅହିଂସାର ପାଠ ପଢାଇ ଥିଲେ ଓ ସ୍ୱାଧୀନତାର ରାସ୍ତା ଦେଖାଇ ଥିଲେ ।  ସେନା ତାଙ୍କ ପାଖରେ ଥିଲା ଅସ୍ତ୍ର, ନା ଶସ୍ତ୍ର ନା ଅତ୍ୟାଧୁନିକ ସରଞ୍ଜାମ । ତଥାପି ବିଶାଳ ଇଂରେଜ ଶାସନକୁ ଭାରତ ଛାଡିବାକୁ ବାଧ୍ୟ କରିଥିଲା ତାଙ୍କ ଆଦର୍ଶ ଆଉ ଚିନ୍ତାଧାରା । ଆଜି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜନ୍ମ ଜୟନ୍ତୀ । ଏହି ଅବସରରେ ତାଙ୍କ ଜନ୍ମ ଦିନ ସାରା ଦେଶ ତାଙ୍କ ସ୍ମୁତି ଚାରଣ କରୁଛି । ସେହିଭଳି ଭାବେ ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନରେ ପବିତ୍ର ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ବାଲିଆପାଳ ବ୍ଲକ ବିଜୁ ଯୁବ ଓ ଛାତ୍ର ଜନତା ଦଳ ତରଫରୁ ପରିବେଶ କିପରି ସ୍ୱଚ୍ଛତା ରହିବ ସେଥି ପାଇଁ ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଅହିଂସର ପାଠ ପଢାଇ ଥିଲେ, ସ୍ୱାଧୀନତାର ରାସ୍ତା ଦେଖାଇ ଥିଲେ । ଇଂରାଜୀ କବଳରୁ ସ୍ଵାଧୀନ ଭାରତ ପାଇଁ ଦେଶବାସୀଙ୍କ ମନ ପ୍ରାଣରେ ସଂଗ୍ରାମର ସ୍ୱର ଜାଗ୍ରତ କରିଥିଲେ, ଜାତିର ପିତା ମାହାତ୍ମା ଗାନ୍ଧୀ ଥିଲେ ସମସ୍ତଙ୍କ ଆପଣାର ବାପୁ । ଆଜି ସଫେଇ କାର୍ଯ୍ୟକ୍ରମ ଉପଲକ୍ଷେ ଉପସ୍ଥିତ ରହି ସଫେଇ କରିଥିଲେ ବାଲିଆପାଳ ବ୍ଲକ ବିଜୁ ଯୁବ ଜନତା ଦଳ ସଭାପତି ସଞ୍ଜୟ ପ୍ରଧାନ, ବାଲିଆପାଳ ବ୍ଲକ ବିଜୁ ଛାତ୍ର ଜନତା ଦଳ ସଭାପତି ଲକ୍ଷ୍ମୀ ଧର ପାତ୍ର, ବାଲେଶ୍ଵର ଜିଲ୍ଲା ବିଜୁ ଯୁବ ସାଧାରଣ ସଂପାଦକ ଉଜ୍ଜ୍ବଳ କୁମାର ଗିରି, ଯୁବ ନେତା ଲମ୍ବୋଦର ମାହାନା, ବାଲିଆପାଳ ବ୍ଲକ ବିଜୁ ଯୁବ ଆଇଟି କୋଡିନେଟର ଚନ୍ଦନ ଜେନା, ବାଲିଆପାଳ ବ୍ଲକ ବିଜୁ ଛାତ୍ର ସଂପାଦକ ଆଶିସ୍ ସାହୁ, ମଧୁପୁରା ଗ୍ରାମ ପଞ୍ଚାୟତ ଆଇଟି କୋଡିନେଟର ଗୋପାଳ ମାହାନ୍ତି, ବାଲେଶ୍ଵର ଜିଲ୍ଲା ବିଜୁ ଛାତ୍ର ଜନତା ଦଳ ସଂପାଦକ ଭୈରବ ଦାସ, ଜଳେଶ୍ଵର ଓ ବାଲିଆପାଳ ବ୍ଲକର ଯୁବ ନେତା ଚନ୍ଦନ ଅଣ୍ତିଆ, ବବୁଲ୍ ମାହାଲ୍, କାଳିଆ ସୁନା ଅନ୍ୟ ନେତୃବୃନ୍ଦ ।

ରିପୋର୍ଟ : ଭୂପତି ପରିଡା