ଡକ୍ଟରସ ଫୋରମର ମାସିକ ବୈଠକ ଏବଂ ସ୍ୱାସ୍ଥ୍ୟ ଆଲୋଚନା ଚକ୍ର ଅନୁଷ୍ଠିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ସ୍ଥାନୀୟ ବାବାଜୀ ତୋଟା ସାହି ସ୍ଥିତ ଗୋପାଳ ଜୀଉ ମନ୍ଦିର ସଭା ଗୃହରେ ଡକ୍ଟରସ ଫୋରମ୍ ର ମାସିକ ବୈଠକ ଏବଂ ସ୍ୱାସ୍ଥ୍ୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଛି । ସଭାପତି ଡ଼ା ଶଙ୍କର୍ଷଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟବକ୍ତା ଭାବେ ବରିଷ୍ଟ ହୋମଓପାଥିକ ଚିକିତ୍ସକ ଡ଼ା ଇନ୍ଦୁ ଭୂଷଣ ପଟ୍ଟନାୟକ ଯୋଗ ଦେଇ ସ୍ପଣ୍ଡଲିସିସ ରୋଗର ଲକ୍ଷଣ କାରଣ ଏବଂ ନିରାକରଣ ଉପରେ ହୋମିଓ ପାଥିକ ଓଷଧର ଭୂମିକା ବିଷୟରେ ନିଜର ଅଭିଜ୍ଞତା ବର୍ଣ୍ଣନା କରିଥିଲେ । ଆଧୁନିକ ଜୀବନ ଶୈଳୀରେ କମ୍ପୁଟର ଏବଂ ମୋବାଇଲ୍ ଫୋନର ବହୁଳ ଭାବେ ବ୍ୟବହାର ଦ୍ୱାରା ଏହି ସମସ୍ୟା ଉତ୍ପନ ହେଉଥିବା ନେ଼ଇ ସଦସ୍ୟ ମାନେ ଉଦବେଗ ପ୍ରକାଶ କରିଥିଲେ । ସଂପାଦକ ଡ଼ା ଅତୁଲ୍ୟ କୁମାର ପଟ୍ଟନାୟକ ବିଗତ ଦିନରେ ଫୋରମ୍ ପକ୍ଷରୁ ହୋଇଥିବା କାର୍ଯକ୍ରମ ଏବଂ ଆଗାମୀ ଦିନରେ ହେବାକୁ ଥିବା କାର୍ଯକ୍ରମ ବିଷୟରେ ବିଶଦ ବିବରଣୀ ପ୍ରଦାନ କରିଥିଲେ । ଏହି ମାସରେ ଜନ୍ମିତ ଫୋରମ୍ ର ସଦସ୍ୟ ଡ଼ା ସମରେନ୍ଦ୍ର ସାହୁ, ଡ଼ା ସୂର୍ଯ୍ୟକିରଣ ପଟ୍ଟନାୟକ, ଡ଼ା ଚିନ୍ମୟଭବାନୀ ପ୍ରସାଦ, ଡ଼ା ବିଜୟ ଲକ୍ଷ୍ମୀ ପଟ୍ଟନାୟକକୁ ଜନ୍ମଦିନର ଶୁଭେଚ୍ଛା ଏବଂ ଦୀର୍ଘଜୀବନ କାମନା କରାଯାଇଥିଲା । ପ୍ରତିଷ୍ଠାତା ସ୍ୱର୍ଗତ ଡ଼ା ଅର୍ଜୁନ ସାହୁକୁ ଭକ୍ତିଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥଲା । ଏହି କାୟକ୍ରମରେ ଫୋରମରଡ଼ା ରାମକୃଷ୍ଟନ ସାହୁ, ଡ଼ା ବିପିନ ବିହାରୀ ସାହୁ, ଡ଼ା ଅଭୟ କୁମାର ନାୟକ,ଡ଼ା ରବୀନ୍ଦ୍ର ଗନ୍ତାୟତ, ଡ଼ା ଭସ୍ଵତି ପଣ୍ଡା, ଡ଼ା ମୀରାବାଇ ପଣ୍ଡା ଡ଼ା କିରଣ କୁମାର ପାଣିଗ୍ରାହୀ, ଡ଼ା ପ୍ରଶାନ୍ତ କୁମାର ପଣ୍ଡା, ଡ଼ା ରାଜେନ୍ଦ୍ର ପ୍ରସାଦ ପ୍ରଧାନ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ ଡ଼ା ରାଜେନ୍ଦ୍ର ପ୍ରସାଦ ପ୍ରଧାନ ନିଜ ଦ୍ୱାରା ଲିଖିତ ଦୁଇଟି ପୁସ୍ତକ ପ୍ରେରଣାର ଉତ୍ସ ଏବଂ ଜ୍ଞାନଜୋତିସମସ୍ତ ସଦସ୍ୟ ମାନକୁ ପ୍ରଦାନ କରିଥିଲେ ଏବଂ ସମସ୍ତ ସଦସ୍ୟ ମାନକୁ ଧନ୍ୟବାଦ୍ ଅର୍ପଣ କରିଥିଲେ । ଶେଷରେ ସମସ୍ତ ସଦସ୍ୟ ଜାତୀୟ ସଙ୍ଗୀତ ଗାନ କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା