ଗାନ୍ଧି ସ୍ମାରକ ନିଧି ପକ୍ଷରୁ ଗାନ୍ଧି ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଳକ ଅନ୍ତର୍ଗତ ରାଇବଣିଆ ଥାନାର ଶିଖରପୁର-ଚକହରି ଠାରେ ଅବସ୍ଥାପିତ ଗାନ୍ଧି ସ୍ମାରକ ନିଧି ପକ୍ଷରୁୁ ଆଜି ପୂର୍ବାହ୍ନରେ ମହାତ୍ମା ଗାନ୍ଧି ଓ ଲାଲବାହାଦୁର ଶାସ୍ତ୍ରୀ ଜନ୍ମଜୟନ୍ତୀ ପାଳିତ ହୋଇଯାଇଛି । ସରକାରଙ୍କ ନିତୀ ଅନୁଯାୟୀ ସ୍ୱଳ୍ପ ସଂଖ୍ୟକ ବକ୍ତା ସେଠାରେ ଗାନ୍ଧିି ଦର୍ଶନର ଆବଶ୍ୟକତା ଏବଂ ଭାରତୀୟ ସଂସ୍କୃତି ସହିତ ଗାନ୍ଧି ଦର୍ଶନର ସଂପର୍କରେ କହିଥିଲେ । ଆୟୋଜିତ ସଭାରେ ଦୀନକୃଷ୍ଣ ସ୍ମୃତି ପରିଷଦର ପ୍ରତିଷ୍ଠାତା ସଂପାଦକ ପ୍ରଫେସର ବିପିନ ବିହାରୀ ବିଶ୍ୱାଳ ଅଧ୍ୟକ୍ଷତା କରି ଗାନ୍ଧି ଦର୍ଶନ ବିିନା ଦେଶର ବିକାଶ ଏବଂ ଅପରାଧ ନିୟନ୍ତ୍ରଣ ସମ୍ଭବ ନୁହେଁ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉଚ୍ଚ ନ୍ୟାୟାଳୟର ବରିଷ୍ଠ ଆଇନ୍‌ଜିବୀ ରାମଚନ୍ଦ୍ର ଜେନା ଭାନୁଚରଣ ଗିରି, ଶରତ ଚନ୍ଦ୍ର ପରିଡା, ଡ. ଅଜିତ୍ ମହାନ୍ତି, ନିତ୍ୟାନନ୍ଦ ଓଝା, ବିଦ୍ୟାଧର ମଲ୍ଲିକ, ରମାକାନ୍ତ ସି, ମମତା ରାଣି ଓଝା, ଅବନୀ କୁମାର ଚାନ୍ଦ ପ୍ରମୁଖ ଗାନ୍ଧିଙ୍କ ଜୀବନାଦର୍ଶ ସଂପର୍କରେ କହିଥିଲେ । ପରିସଦର ସଂପାଦକ ଅତୁଲ କୁମାର ଓଝା ଧନ୍ୟବାଦ ଅର୍ପଣ କରିଥିଲେ । ଗାନ୍ଧି ସ୍ମାରକ ନିଧିରା ପ୍ରତିଷ୍ଠାତା ସ୍ୱର୍ଗ ନକୁଳ ଚରଣ ଓଝାଙ୍କ ଜନ୍ମଜୟନ୍ତି ଥିବାରୁ ତାହା ମଧ୍ୟ ପାଳିତ ହୋଇଥିଲା ।

ରିପୋର୍ଟ : ଭୂପତି ପରିଡା