ଗାନ୍ଧି ଜୟନ୍ତୀ ଅବସରରେ ରାଜପୁର ଗ୍ରାମ ପଞ୍ଚାୟତରେ ସ୍ଵତନ୍ତ୍ର ଗ୍ରାମସଭା ଓ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ସାରା ଓଡ଼ିଶାରେ ଆଜି ଗାନ୍ଧି ଜୟନ୍ତୀ ଉପଲକ୍ଷେ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଥିବା ବେଳେ ଆଜି ଜଳେଶ୍ଵର ବ୍ଲକର ମଧ୍ୟ ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଅଛି । ଏହି ପରିପ୍ରକ୍ଷିରେ ଜଳେଶ୍ଵର ବ୍ଲକର ରାଜପୁର ଗ୍ରାମ ପଞ୍ଚାୟତରେ ମଧ୍ୟ ପାଳନ କରାଯାଇଛି । ସରପଞ୍ଚ ଦିଲ୍ଲୀପ କୁମାର ପରିଡ଼ା ସଭାପତିତ୍ବ କରି ୨୦୨୨/୨୩ ମସିହା ପାଇଁ ବିଭିନ୍ନ କାର୍ଯ୍ୟର ପ୍ରକଳ୍ପ ଉପସ୍ଥାପନ କରିବା ପାଇଁ ଉପସ୍ଥିତ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ । ଆଗାମୀ ଦିନରେ ଏହି ପ୍ରକଳ୍ପ ଗୁଡ଼ିକ କିପରି କାର୍ଯ୍ୟକାରୀ ହେବ ସେ ବାବଦରେ ସୂଚାଇ ଥିଲେ । ଉକ୍ତ ଗ୍ରାମସଭାରେ ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଦିନେଶ ସେଠି, ଆଇସିଡିଏସର ମହିଳା ପରିଦର୍ଷିକା ସୁକାନ୍ତି ସିଂ, ପଞ୍ଚାୟତର ବରିଷ୍ଟ ସମାଜସେବୀ ତଥା ଆଇନଜୀବି ପ୍ରଶାନ୍ତ କୁମାର ପ୍ରଧାନ, ସମାଜସେବୀ ତ୍ରିଲୋଚନ ଗିରି, ଗଣେଶ ଚନ୍ଦ୍ର ପାତ୍ର, ଦୂର୍ଗାଶଙ୍କର ଭୂୟାଁ, ରବି ନାରାୟଣ ମିଶ୍ର, ବିଷ୍ଣୁ ପ୍ରସାଦ ପାଳ, ଶାନ୍ତିଲତା ଖଟୁଆ, ଅଙ୍ଗନୱାଡ଼ି କର୍ମୀ ଛବିରାଣୀ ପରିଡ଼ା, ମାମୀମଣି ମହାନ୍ତି, କନକଲତା ଦେ, ସୁଚିତ୍ରା ପ୍ରଧାନ, ଦେବିକା ସ୍ୱାଇଁ, ବାସନ୍ତୀ ଦତ୍ତ, ମିନତୀ ଦାସ, ସୋମାରାଣୀ ପାତ୍ର, ପଞ୍ଚାୟତର ସମସ୍ତ ଆଶାକର୍ମୀ, ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା ତଥା ଜନସାାରଣ ଉପସ୍ଥିତ ହୋଇ ଗ୍ରାମସଭା ସହିତ ସଫେଇ କାର୍ଯ୍ୟ କରିଥିଲେ ।

ରିପୋର୍ଟ : ଭୂପତି ପରିଡା