ଗରିବ ଅସହାୟଙ୍କୁ ଖାଦ୍ୟ ସାମଗ୍ରୀ ବଣ୍ଟନ କରି ସଚେତନ କଲେ କାର୍ତ୍ତିକ ସାହୁ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ସାରା ବିଶ୍ୱରେ ଆତଙ୍କ ଖେଳାଇଥିବା ମହାମାରୀ କରୋନା ଭୁତାଣୁ ପାଇଁ ଚାଲିଥିବା ଲକ୍ ଡାଉନ୍ ର ପଭାବରୁ ଦିନମଜୁରିଆ ଗରିବ ଶ୍ରେଣୀର ଲୋକମାନେ ଖାଦ୍ୟ ପାଇଁ ବହୁତ ଅସୁବିଧାରେ ସମ୍ମୁଖୀନ ହେଉଥିବା ବେଳେ କଙ୍କଡ଼ାହାଡ଼ ପଞ୍ଚାୟତ ସମିତି ଅଧ୍ୟକ୍ଷ କାର୍ତ୍ତିକ ସାହୁ କଣ୍ଟାପାଳ ଗ୍ରାମ ପଞ୍ଚାୟତର ୪ ନଂ କଲୋନିର ନୋଟାରିପସି ଆଦିବାସୀ ଜନବହୁଳ ସାହିରେ ପହଞ୍ଚି ଲୋକମାନଙ୍କୁ ସଚେତନ କରିବା ସହିତ ମାସ୍କ୍ ଓ ସୁଖିଲା ଖାଦ୍ୟ ବଣ୍ଟନ କରିଥିଲେ । ଏବଂ ଲୋକମାନଙ୍କୁ ମହାମାରୀ କରୋନା ଦାଉରୁ କପରି ରକ୍ଷା ପାଇବା ସେ ବିଷୟରେ ଆଲୋଚନା କରିବା ସହ ଘରୁ ବାହାରକୁ କାମ ନ ଥିଲେ ନଜିବାକୁ ଅନୁରୋଧ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଜେଡି ଯୁବ ଛାତ୍ର ଦେବବ୍ରତ ସାହୁ, ସାନ୍ତୁନୁ ପଣ୍ଡା, ପ୍ରକାଶ ବିଶ୍ୱାଳ, ଉଛବ ବେହେରା, ରମେସ ପ୍ରଧାନ ସହଯୋଗ କରିଥିଲେ ।

ରିପୋର୍ଟ : ଶୁଭମ ପାଣି