କରୋନା ଯୋଦ୍ଧାଙ୍କୁ ପ୍ରତିଷେଧକ ବକ୍ସ ଦେଲେ ସମାଜସେବୀ ହେମନ୍ତ ଜେନା…

ଜଳେଶ୍ଵର (ସମୃଦ୍ଧ ଓଡିଶା) ଜଳେଶ୍ଵର ବ୍ଲକ ଅନ୍ତର୍ଗତ ଜମାଲପୁର ସରକାରି ଡାକ୍ତରଖାନାରେ ଆଜି ପୂର୍ବାହ୍ନରେ ସମାଜସେବୀ ତଥା ଶିକ୍ଷକ ହେମନ୍ତ କୁମାର ଜେନା ରାୟାଁ ରାମଚନ୍ଦ୍ରପୁର ଓ କୋଟସାହି ଗ୍ରାମ ପଞ୍ଚାୟତର ସମସ୍ତ ଅଙ୍ଗନବାଡି କର୍ମୀ ଏବଂ ଆଶାକର୍ମୀ ମାନଙ୍କୁ ମହାମାରୀ କରୋନାରେ ଘରେ ଘରେ ବୁଲି କାର୍ଯ୍ୟ କରୁଥିବାରୁ ସେମାନଙ୍କୁ ଏକ କୀଟ ପ୍ରଦାନ ଡାକ୍ତର ପ୍ରଦୀପ କୁମାର ଦତ୍ତଙ୍କ ଦ୍ଵାରା ପ୍ରଦାନ କରିଥିଲେ । ଏହି କାର୍ଯକ୍ରମରେ ମହିଳା ସ୍ୱାସ୍ଥ୍ୟ ଭିଜିଟର ଅଳକା ଗିରି, ସୁପରଭାଇଜର ଶାନ୍ତନୁ କୁମାର ମହାନ୍ତ, ଫାର୍ମାସିଷ୍ଟ ଅର୍ଜୁନ ହାଁସଦା, ମହିଳା ସ୍ୱାସ୍ଥ୍ୟ କର୍ମୀ ବିନତୀ ଟୁଡୁ, ଅଙ୍ଗନବାଡି କର୍ମୀ ସବିତା ପରିଡ଼ା, ଆଶାକର୍ମୀ କିରଣ ନାଥ ପ୍ରମୋଖ ମହାମାରୀ କରୋନା ରାକ୍ଷସକୁ କିପରି ଦମନ କରି ହେବ ସେ ବାବଦରେ ଉଦବୋଧନ ଦେଇଥିଲେ । ସମସ୍ତଙ୍କୁ କରୋନା ଯୋଦ୍ଧା ଭାବରେ ଗୋଟାଏ ଲେଖାଏଁ କୀଟ ଦିଆଯାଇଥିଲା । ସେଥିରେ ଛତା, ମାସ୍କ, ଗ୍ଲୋବସ, ସାନିଟାଇଜର ଓ ସାବୁନ ଦିଆଯାଇଥିଲା । ସମାଜସେବୀ ହେମନ୍ତ ଜେନାଙ୍କ ଏତାଦୃଶ୍ୟ କାର୍ଯ୍ୟକୁ ସମସ୍ତେ ପ୍ରଶଂସା କରିଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା