ଗଞ୍ଜାମ ଜିଲ୍ଲା ପ୍ରାଣୀ ଚିକିତ୍ସା ବୈଷୟିକ କର୍ମଚାରୀ ସଂଘ ପକ୍ଷରୁ ମୃତ କର୍ମଚାରୀଙ୍କ ପରିବାରକୁ ସହାୟତା ପ୍ରଦାନ…

ହିଞ୍ଜିଳିକାଟୁ (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକର କାର୍ଯ୍ୟରତ ପ୍ରାଣୀଧନ ନିରୀକ୍ଷକ ସ୍ୱର୍ଗତଃ ଆର୍. ଦୁର୍ଯ୍ୟୋଧନଙ୍କ ପରିବାରକୁ ସହଯୋଗର ହାତ ବଢ଼ାଇଲେ ଗଞ୍ଜାମ ଜିଲ୍ଲା ପ୍ରାଣୀ ଚିକିତ୍ସା ବୈଷୟିକ କର୍ମଚାରୀ ସଂଘ l ଏହି ସଂଘର ସମସ୍ତ ସଭ୍ୟମାନେ ମିଳିତ ହୋଇ ସ୍ୱର୍ଗତ ଦୁର୍ଯ୍ୟୋଧନଙ୍କ ପରିବାରକୁ ୭୦,୦୦୦ ଟଙ୍କାର ପ୍ରୋତ୍ସାହନ ରାଶି ତାଙ୍କ ପତ୍ନୀଙ୍କୁ ଚେକ ଆକାରରେ ପ୍ରଦାନ କରିବା ସହ ସ୍ୱର୍ଗତ ଦୁର୍ଯ୍ୟୋଧନଙ୍କ ଆତ୍ମାର ସଦଗତି କାମନା କରିଥିଲେ l ଏହି ସମୟରେ ଜିଲ୍ଲା ସଂଘ ସଭାପତି, ସମ୍ପାଦକ, ରାଜ୍ୟ ସଂଘ ଦକ୍ଷିଣ ଭାଗ ସଂଗଠକ, ହିଞ୍ଜିଳି ବ୍ଲକର ସମସ୍ତ ସଭ୍ୟ ଉପସ୍ଥିତ ରହିଥିଲେ l

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା