ମିଲର୍ସ ସଂଘ ପକ୍ଷରୁ ଅଭାବି ଲୋକଙ୍କୁ ରିଲିଫ ବିତରଣ…

ରାୟଗଡା (ସମୃଦ୍ଧ ଓଡିଶା) ମହାମାରୀ ଯୋଗୁଁ ଦୁର୍ଗମ ଗ୍ରାମାଞ୍ଚଳରେ ଦୁର୍ଦ୍ଦଶା ଭୋଗୁଥିବା ଅଭାବି ଗରିବ, ଗୁରୁବା ପରିବାର ଲୋକଙ୍କ ପାଇଁ ସହାୟତା ହାତ ବଢାଇଛନ୍ତି ରାୟଗଡା ମିଲର୍ସ ସଂଘ । ୧୨୯ଟି ରାଇସ ମିଲ୍ସକୁ ଗଠିତ ଏହି ସଂଘ କରୋନା ଯୋଗୁଁ ପ୍ରଭାବିତ ହୋଇଥିବା ଗ୍ରାମାଞ୍ଚଳ ଲୋକଙ୍କୁ ରିଲିଫ ସାମଗ୍ରୀ ବଣ୍ଟନ ସକାଶେ ଆଗେଇ ଆସିଛନ୍ତି । ଆଜି ଜିଲ୍ଲା ମୁଖ୍ୟଳୟ ପରିସରରେ ଜିଲ୍ଲାପାଳ ସରୋଜ କୁମାର ବେହେରା ଓ ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା ସବୁଜ ପତାକା ଦେଖାଇ ରିଲିଫ ସାମଗ୍ରୀ ଯାଉଥିବା ଚାରି ଚକିଆ ଯାନକୁ ଶୁଭାରମ୍ଭ କରିଥିଲେ । ଏହା ଗାଡି ଆଗାମୀ ଦିନରେ ସବୁ ବ୍ଲକରେ ବୁଲି ଲୋକଙ୍କୁ ରିଲିଫ ପ୍ୟାକେଟ ବିତରଣ କରିବ ବୋଲି ଜଣାଯାଇଛି । ଉକ୍ତ ରିଲିଫ ପ୍ୟାକେଟରେ ଚାଳଉଳ, ମାଣ୍ଡିଆ, ଡାଲି, ତେଳ, ଆଳୁ, ପିଆଜ ଓ ସାବୁନ ମିଶ୍ରିତ ମୋଟ ୫ହଜାର ପ୍ୟାକେଟ ରିଲିଫ ସାମଗ୍ରୀ ରହିଥିବା ସଂଘ ସଭାପତି ଆର.କାଶୀ ନାଇଡୁ ସୂଚନା ଦେଇଛନ୍ତି ।  ଉକ୍ତ କାର୍ଯ୍ୟକ୍ରମରେ ମିଲର୍ସ ସଂଘର ଉପ ସଭାପତି ଗୌର ଶଙ୍କର ସେନାପତି, ସମ୍ପାଦକ ସୁମନ ପାତ୍ର, ଯୁଗ୍ମ ସମ୍ପାଦକ ମିନାଖି ସାହୁ, କୋଷାଧ୍ୟକ୍ଷ କେ.ଶ୍ରୀଧର ଓ ସଦସ୍ୟ ଦେବାଶିଷ ବକ୍ସି ପାତ୍ରଙ୍କ ସମେତ ଅନ୍ୟାନ୍ୟ ସଦସ୍ୟମାନେ ଉପସ୍ଥିତ ରହିଥିଲେ ।