କୋଭିଦ-୧୯ ସହାୟତା ଲାଗି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଜଳେଶ୍ୱର ବିଧାୟକଙ୍କ ଦାନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ରାଜ୍ୟରେ କୋଭିଦ-୧୯ର ମୁକାବିଲା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚିତ ବିଧାୟକ, ସାଂସଦ ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୩ମାସର ଦରମା ଦାନ କରିବାକୁ ନିବେଦନ କରିଥିବା ବେଳେ ଆଜି ଜଳେଶ୍ୱର ବିଧାୟକ ଅଶ୍ୱିନୀ କୁମାର ପାତ୍ର ୧ଲକ୍ଷ୫ହଜାର ଟଙ୍କାର ଏକ ଚେକ୍ ବିଧାନସଭା ସଂପାଦକ ଭାଗୀରଥି ଶତପଥିଙ୍କୁ ପ୍ରଦାନ କରିଛନ୍ତି । ଆଜି ଭୁବନେଶ୍ୱର ଠାରେ ସେ ସଚିବଙ୍କୁ ଭେଟି ଚେକ୍ ଦେଇଥିବାର ଜଣାଇଛନ୍ତି । କେବଳ ଏତିକି ନୁହେଁ, ଆବଶ୍ୟକ ସ୍ଥଳେ ଏ ଅଂଚଳରୁ ଅଧିକ ଆର୍ଥୀକ ସହାୟତା ଯୋଗାଡ କରିବାର ପ୍ରଚେଷ୍ଟାରେ ଥିବା କହିଛନ୍ତି । ଏପରି ବିପତ୍ତି ବେଳେ ପ୍ରତ୍ୟେକେ ସଜାଗ, ସଚେତନ ହୋଇ କାର୍ଯ୍ୟ କରିବା ସହ ଅନ୍ୟକୁ øହାୟତାର ହାତବଢାଇବାକୁ ନିବେଦନ କରିଛନ୍ତି ।

ରିପୋର୍ଟ : ଭୂପତି କୁମାର ପରିଡା