ଓଷ୍ଠା ଜଳେଶ୍ୱର ଶାଖା ପକ୍ଷରୁ କୋରାନା ସଚେତନତା କାର୍ଯ୍ୟକ୍ରମ…

ଜଳେଶ୍ୱର (ସମୃଦ୍ଧ ଓଡିଶା) କୋରାନର ବିଭିଷିକାରେ ଆବାଳ ବୃଦ୍ଧବନୀତା ଆତଙ୍କିତ ହେଉଥିବା ବେଳେ ଏହାର ସଚେତନତା କାର୍ଯ୍ୟକ୍ରମ ଲାଗି ବହୁ ବ୍ୟକ୍ତି, ସଂଗଠନ ଓ ସରକାର ପ୍ରଚେଷ୍ଟା ଜାରି ରଖିଛନ୍ତି । ଓଷ୍ଟାର ଜଳେଶ୍ୱର ଶାଖା ଅଧିନରେ ଥିବା ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ସଚେତନ କରିବା ଓ ସହାୟତା ଲାଗି ସାମାଜିକ ଦୂରତା ପ୍ରତି ସଚେତନା ରହି ଦେବକୁମାର ହାଇସ୍କୁଲଠାରେ ଏକ ମେଗା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଓଷ୍ଟାର ବାଲେଶ୍ୱର ଜିଲା ସଂପାଦକ ମନୋରଂଜନ ଦାସ, ଜଳେଶ୍ୱରର ସଭାପତି ସୁନିଲ କୁମାର ନାୟକ, ସଂପାଦକ ଡ. ଅଜିତ୍ କୁମାର ମହାନ୍ତି ଛାତ୍ରଛାତ୍ରୀଙ୍କୁ ସାମାଜିକ ଦୂରତ୍ୱ, ଦିନକୁ ୨୦ଥର ହାତ ଧୋଇବ, ପ୍ରତ୍ୟେକେ ମାକ୍ସ ବ୍ୟବହାର କରିବା ଇତ୍ୟାଦି ଲାଗି ସଚେତନ କରାଇଥିଲେ । ଛାତ୍ରଛାତ୍ରୀଙ୍କୁ ହାତଧୁଆ ସାନିଟାଇଜର ଓ ମାକ୍ସ ଦିଆଯାଇଥିଲା । ଜିଲାର ୧୨ଟି ଯାକ ବ୍ଲକରେ ଓଷ୍ଟା ପକ୍ଷରୁ ଏପରି କାର୍ଯ୍ୟକ୍ରମ ଆୟୋଜିତ ହେବା ସଂପର୍କରେ ଜିଲା ସମ୍ପାଦକ ଶ୍ରୀ ଦାସ କହିଥିଲେ । ଏହି କାର୍ଯ୍ୟକ୍ରମରେ ସୁକୁମାର ମିଶ୍ର, ମନୋରଂଜନ ଦତ୍ତ, କେଶବ ଚନ୍ଦ୍ର ପରିଡା, ପ୍ରତୀମା ନନ୍ଦି ଓ ଗ୍ରାମ୍ୟମୁଖ୍ୟ ରମେଶ ଚନ୍ଦ୍ର ପାତ୍ର ଯୋଗ ଦେଇଥିଲେ । ଅନୁରୂପଭାବେ ଦିଗମ୍ବରୀଦେବୀ ଶିକ୍ଷାନୁଷ୍ଠାନ ପକ୍ଷରୁ ଆରୁହା ପଂଚାୟତର ଶାଳିକୋଠା ଆଦିବାସୀସାହି ନିକଟରେ ମହାମାରୀ କରୋନାରୁ ତ୍ରାହିଲାଗି ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହାର ପ୍ରତିଷ୍ଠାତା ଡ. ଅଜିତ୍ କୁମାର ମହାନ୍ତି, ଅଧ୍ୟାପକ ରଂଜନ କୁମାର ଦେ, ଭାରତଗ୍ୟାସର ଡିଷ୍ଟ୍ରିବ୍ୟୁଟର ତାରାପଦ ମହାନ୍ତି, ପୂର୍ବତନ ସରପଂଚ ମଧୁସୂଦନ ଦତ୍ତ, ମନ୍ମଥ ଦାସ, ଅବସରପ୍ରାପ୍ତ ଅଧ୍ୟକ୍ଷ ରବିନାରାୟଣ ରଥ, କ୍ଷିତିଶ ଚନ୍ଦ୍ର ପାତ୍ର, ରାଜେନ୍ଦ୍ର ଦାସ ପ୍ରମୁଖ ଘଟଣାସ୍ଥଳରେ ଉପସ୍ଥିତ ଥିଲେ । କରୋନାରୁ ମୁକ୍ତିଲାଭି ଏକ ପ୍ରାର୍ଥନା ଅନୁଷ୍ଠିତ ହୋଇଥିଲା ।

ରିପୋର୍ଟ : ଭୂପତି କୁମାର ପରିଡା