କୋଭିଡ଼୍ ହସ୍ପିଟାଲରେ ଶିକ୍ଷକଙ୍କ ମୃତ୍ୟୁ…

ଭଞ୍ଜନଗର (ସମୃଦ୍ଧ ଓଡିଶା) ଭଞ୍ଜନଗର ବ୍ଳକ ରିପିଟିପଲ୍ଲୀ ପ୍ରାଥମିକ ବିଦ୍ୟାଳୟରେ କାଯ୍ୟରତ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ କୁଶଧ୍ୱଜ ସେଠୀଙ୍କର ବୁଧବାର ଶୀତଳପଲ୍ଲୀ କୋଭିଡ଼ ହସ୍ପିଟାଲରେ ମୃତ୍ୟୁ ଘଟିଥିବା ସିଆର୍ ସିସି ତ୍ରିନାଥ ବେହେରା ସୂଚନା ଦେଇଛନ୍ତି । ସ୍ୱର୍ଗତ ସେଠୀ ପ୍ରବାସୀ ଆସିବା ସମୟରେ ସଂଘରୋଧ କେନ୍ଦ୍ରର ଦାୟିତ୍ୱ ନିର୍ବାହ କରିଥିଲେ । ଗତ ୫ ତାରିଖରେ ସେ ଅସୁସ୍ଥ ହୋଇ ପଡ଼ିଥିଲେ । ତାଙ୍କୁ ପ୍ରଥମେ ଭଞ୍ଜନଗର ଉପଖଣ୍ଡ ମେଡ଼ିକାଲକୁ ନିଆଯାଇଥିଲା । ସେଠାରେ ସ୍ୱାସ୍ଥ ବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର ହୋଇଥିଲେ । ତାଙ୍କ ନିକଟରେ କୋରନା ଲକ୍ଷଣ ଦେଖାଯିବାରୁ ସେଠାରେ ତାଙ୍କର ସ୍ୱାବ ପରୀକ୍ଷା କରାଯାଇଥିଲା । ଗତ ୮ ତାରିଖରେ ତାଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କୁ ଶୀତଳପଲ୍ଲୀ କୋଭିଡ଼ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ବୁଧବାର ମଧ୍ୟାହ୍ନରେ ମୃତ୍ୟୁ ଘଟିଛି ।

ରିପୋର୍ଟ : ନିଲୁ ବିଷୋୟୀ