ପ୍ରକାଶ ପାଇଲା ଯୁକ୍ତ-୨ ବିଜ୍ଞାନ ପରୀକ୍ଷା ଫଳାଫଳ…

ଛତ୍ରପୁର (ସମୃଦ୍ଧ ଓଡିଶା) ଆଜି ପ୍ରକାଶ ପାଇଲା ଯୁକ୍ତ -୨ ବିଜ୍ଞାନ ପରୀକ୍ଷା ଫଳାଫଳ । ଛତ୍ରପୁର ସରକାରୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପାସ ହାର ଶତକଡା ୭୭.୨ ପ୍ରତିଶତ ରହିଛି । ବିଦ୍ୟାଳୟର ମୋଟ ୨୭୨ଜଣ ପରୀକ୍ଷା ଦେଇଥିବା ବେଳେ ସେଥି ମଧ୍ୟରୁ ୨୧୦ଜଣ ଛାତ୍ରଛାତ୍ରୀ ପାସ୍ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪୫ଜଣ ପ୍ରଥମ, ୮୦ଜଣ ଦ୍ୱିତୀୟ ଓ ୮୫ଜଣ ତୃତୀୟ ଡିଭିଜନରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏହାସହ ଛତ୍ରପୁର ସରକାରୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସଚ୍ଚିଦାନନ୍ଦ ବେହେରା(୮୯.୧୭) ପ୍ରତିଶତ ନମ୍ବର ରଖି ବିଦ୍ୟାଳୟର ଟପର ହୋଇଛନ୍ତି ବୋଲି ପ୍ରିନ୍ସପାଲ କିଶୋର କୁମାର ବେହେରା ସୂଚନା ଦେଇଛନ୍ତି । ସେହିପରି ଛତ୍ରପୁର ତାଡେପଲ୍ଲୀ ସାହି ସ୍ଥିତ ପ୍ରତିଭା ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ମୋଟ ୪୧ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୩୮ଜଣ ପାସ୍ ହୋଇଛନ୍ତି । ସେଥି ମଧ୍ୟରୁ ୧୦ଜଣ ପ୍ରଥମ, ୨୨ଜଣ ଦ୍ୱିତୀୟ ଏବଂ ୬ଜଣ ତୃତୀୟ ଡିଭିଜନରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏହାସହ ପ୍ରତିଭା ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶାଶ୍ୱତୀ ରଥ(୮୭) ପ୍ରତିଶତ ନମ୍ବର ରଖି ବିଦ୍ୟାଳୟର ଟପର ହୋଇଛନ୍ତି ବୋଲି ଅଧ୍ୟକ୍ଷ ଚିନ୍ମୟ କୁମାର ଦାଶ ସୂଚନା ଦେଇଛନ୍ତି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା