କେନ୍ଦୁପତ୍ର ଶ୍ରମିକ ସଂଘ ଦ୍ୱାରା ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କୁ ସମ୍ବର୍ଦ୍ଧନା…

ପଦ୍ମପୁର (ସମୃଦ୍ଧ ଓଡିଶା) ଓଡିଶା କେନ୍ଦୁପତ୍ର ସଂସ୍ଥାରେ କାର୍ଯ୍ୟରତ ୧୪ ଲକ୍ଷ ଶ୍ରମିକ ମାନଙ୍କ ବିଭିନ୍ନ ଦାବିକୁ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଠାରେ ଉପସ୍ଥାପନ କରିବା ପରେ ସରକାର ପୁନଃ ବିଚାର କରି କେନ୍ଦୁପତ୍ର ସିଜିନାଲ କର୍ମଚାରୀଙ୍କ ଦରମା ବୃଦ୍ଧି କରିବା ଓ ତୋଳାଳୀ ମାନଙ୍କୁ ୧୦ ଚଟା କେନ୍ଦୁପତ୍ର ବିକ୍ରି କଲେ “କେନ୍ଦୁପତ୍ର ଶ୍ରମିକ କଲ୍ୟାଣ ପାଣ୍ଠି” ପୂର୍ବ ପରି ବିବାହ ଓ ଛାତ୍ର ବୃତ୍ତି ର ସହାୟତା ଯୋଗାଇ ଦେବା ପାଇଁ ନିଷ୍ପତ୍ତି ଦେଇଥିବାରୁ ଆଜି ସଂଘ ତରଫରୁ ପୂର୍ବତନ ବିଧାୟକ ପୁରୋହିତଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ସମ୍ବର୍ଦ୍ଧନା ବେଳେ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ ରାଜ୍ୟ ସଂପାଦକ କୋକିଳ ସାହୁ, ଭାତ୍ତକ ନାଗ, କାଶୀନାଥ ରାଉତ, ଜୟ କୁମାର ତାଣ୍ତି, ମଙ୍ଗଳ ସିଂ ବାହାଦୂର ସମେତ ଅନ୍ୟମାନେ ଉପସ୍ଥିତ ଥିଲେ । ତେବେ କେନ୍ଦୁପତ୍ର ସଂସ୍ଥାରେ କାର୍ଯ୍ୟରତ ସିଜି ୱାଚର ମାନଙ୍କୁ ୨୦୧୯ ମସିହାରୁ ସରକାର କୁଶଳୀ କାରିଗର ଭାବେ ବିବେଚନା କରି ଦୈନିକ ମଜୁରୀ ୩୭୦ ଟଙ୍କା ଦେଉଥିଲେ । କିନ୍ତୁ ହଠାତ୍ ୱାଚରମାନଙ୍କ ମଜୁରୀକୁ ସରକାର ୨୮୦ ଟଙ୍କା ନିର୍ଦ୍ଧାରିଣ କରିବା ଓ ୱାଚର ମାନେ କୁଶଳୀ କାରିଗରର ପାଇଥିବା ମଜୁରୀକୁ ତାଙ୍କ ଦରମାରୁ ବର୍ତ୍ତମାନ ମାସକୁ ୮୧୬ ଟଙ୍କା ରିକଭରି କରିବା ଦୁର୍ଭାଗ୍ୟ ଜନକ । ସାରା ଓଡିଶାର ଦୀର୍ଘ ୪୦ ବର୍ଷ ହେବ ଏଭଳି ୪ ଶହ ଜଣ ସିଜି ୱାଚର କାର୍ଯ୍ୟରତ ଅଛନ୍ତି । ଦ୍ଵିତୀୟରେ କରୋନା ସମୟରେ କେନ୍ଦୁପତ୍ର ସଂସ୍ଥାରେ କାହାରିକୁ ଛଟେଇ କରାଯିବ ନାହିଁ ବୋଲି ସରକାର ଘୋଷଣା କରିଥିବା ବେଳେ ରାଜ୍ୟ ପିସିସିଏଫ (PCCF) ୪ଶହ ଜଣ ସେକସନ ୱାଚର ଚଳିତ ସିଜନରେ ଛଟେଇ କରି ସାରିଛନ୍ତି । କେନ୍ଦୁପତ୍ର ଶ୍ରମିକମାନଙ୍କ ଏ ସମ୍ବେଦନଶୀଳ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଆଉ ଥରେ ହସ୍ତକ୍ଷେପ କରିବା ପାଇଁ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଦାବି କରିଛନ୍ତି ।

ରିପୋର୍ଟ – ନିରୋଜ କୁମାର ପାଣୀ