ରାଇବଣିଆରେ ରକ୍ତଦାନ ଶିବିର…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଦିବାସୀ ଅଧ୍ୟୁସିତ ରାଇବଣିଆ ଅଞ୍ଚଳରେ ମଧ୍ୟ ରକ୍ତଦାନ ନିମୋନ୍ତ ସଚେତନତା ସୃଷ୍ଟି ହୋଇଛି । ବାଲେଶ୍ୱର ଜିଲାର ରକ୍ତଭଣ୍ଡାରରେ ରକ୍ତ ଅଭିବ ପରିଲକ୍ଷିତ ହେଉଥିବା ଏବଂ ଲକ୍‌ଡାଉନ୍ ସମୟରେ ସାମାଜିକ ଦୂରାତ୍ୱ ରକ୍ଷା କରିବା ନେଇ ପ୍ରତି ରକ୍ତଦାନ ଶିବିରରେ ୪୦ୟୁନିଟ୍ ଲେଖାଏଁ ରକ୍ତ ସଂଗ୍ରହ କରିବା ଜିଲା ପ୍ରଶାସନ ସ୍ଥିର କରିଛନ୍ତି । ସେହି ଅନୁଯାୟୀ ଆଜି ଆଦିବାସୀ ଅଧ୍ୟୁସିତ ରାଇବଣିଆର ଖୁଆଡସ୍ଥିତ ଦୀନକୃଷ୍ଣ ଉଚ୍ଚ ବିଦ୍ୟାଳୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ବିଜୁ ଯୁବ ବାହିନୀ ପକ୍ଷରୁ ଆୟୋଜିତ ଏହି ଶିବରରେ ବିଧାୟ ଅଶ୍ୱିନୀ କୁମାର ପାତ୍ର, ସରପଞ୍ଚ ଖୁଲନା ପାତ୍ର, ବିଜୁ ଯୁବବାହିନୀର ବ୍ଲକ ସଂଯୋଜକ କାଳିଚରଣ ଦାସ, ଆରତୀ ସେଠୀ, ଚନ୍ଦନ ଦେ, ଜୀବନବିନ୍ଦୁର ନିର୍ବାଚନ ମଣ୍ଡଳି ସଂଯୋଜକ ମଧୁସୂଦନ ସେନାପତି, ଶିବଶଂକର ସାହୁ, ପ୍ରଦୀପ ଘୋଷ, ରବିନ୍ଦ୍ର ସେଠୀ, ପ୍ରଧାନ ଶିକ୍ଷକ ଶରତ କୁମାର ଚନ୍ଦ, ଚନ୍ଦନ କର, ରଂଜତା ପାତ୍ର, ପୂର୍ଣ୍ଣଚନ୍ଦ୍ର ସେଠୀ, ଣରତ ଚନ୍ଦ୍ର ପାତ୍ର, ଦୁର୍ଗାଶଂକର ଜେନା, ଅରବିନ୍ଦ୍ର ସାହୁ, ରାଜୁ ଦଳାଇ, ଜଗନ୍ନାଇ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା