କେଉଁ ଜିଲ୍ଲା କେଉଁ ଜୋନରେ ଜାଣନ୍ତୁ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାର ଦେଖି ବିଭିନ୍ନ ଜିଲ୍ଲାକୁ ଜୋନରେ ବିଭକ୍ତ କରିଛନ୍ତି ରାଜ୍ୟ ସରକାର । ରାଜଧାନୀ ଭୁବନେଶ୍ୱର ସମେତ ଭଦ୍ରକ, ବାଲେଶ୍ୱର ଓ ଯାଜପୁରକୁ ରେଡ୍ ଜୋନରେ ରଖାଯାଇଛି । ସେହିପରି ୧୧ଟି ଜିଲ୍ଲା ଅରେଞ୍ଜ ଜୋନରେ ରହିଛି । ସେଗୁଡିକ ହେଉଛି- ଖୋର୍ଦ୍ଧା ଜିଲ୍ଲା (ବିଏମସି ଛାଡି), ସୁନ୍ଦରଗଡ, କେନ୍ଦ୍ରାପଡା, କୋରାପୁଟ, କେନ୍ଦୁଝର, ଦେବଗଡ, ଝାରସୁଗୁଡା, ବଲାଙ୍ଗୀର, ଢେଙ୍କାନାଳ, କଳାହାଣ୍ଡି, ଗଞ୍ଜାମ । ଗ୍ରୀନ ଜୋନରେ ରହିଛି ୧୬ଟି ଜିଲ୍ଲା । ସେଗୁଡିକ ହେଉଛି- ଅନୁଗୁଳ, ବରଗଡ, ବୌଦ୍ଧ, ସମ୍ବଲପୁର, ଗଜପତି, ଜଗତସିଂହପୁର, କନ୍ଧମାଳ, ମାଲକାନଗିରି, ମୟୂରଭଞ୍ଜ, ନବରଙ୍ଗପୁର, ନୟାଗଡ, ନୂଆପଡା, ରାୟଗଡା, ସୋନପୁର, କଟକ, ପୁରୀ ।

ରିପୋର୍ଟ : ଆକାଶ ମିଶ୍ର