ସୁରତ ଫେରନ୍ତା : ବୁଗୁଡା ବ୍ଲକରେ ୯୪୮ ଜଣ ଓ ବୁଗୁଡା ଏନଏସିରେ…

ବୁଗୁଡା (ସମୃଦ୍ଧ ଓଡିଶା) ସୋମବାର ସନ୍ଧ୍ୟା ସୁଦ୍ଧା ବୁଗୁଡା ବ୍ଲକରେ ୯୪୮ ଜଣ ସୁରତ ଫେରନ୍ତା ପହଞ୍ଚିଥିବା ବେଳେ ବୁଗୁଡା ଏନଏସିରେ ପ୍ରାୟ ୨୦୦ ଜଣ ପହଞ୍ଚିଥିବା ଜଣାପଡିଛି । ରବିବାର ସନ୍ଧ୍ୟା ସୁଦ୍ଧା ୪୪୫ ଜଣ ପହଞ୍ଚିଥିବା ବେଳେ ଗତ ରାତ୍ର ଓ ଆଜି ସନ୍ଧ୍ୟା ସୁଦ୍ଧା ୫୧୩ ଜଣ ପହଁଞ୍ଚିଛନ୍ତି । ମୋଟ ୯୪୮ ଜଣଙ୍କ ମଧ୍ୟରୁ ପୁରୁଷ ୮୮୮ ଜଣ, ମହିଳା ୨୯ ଜଣ ଓ ଛୋଟପିଲା ୩୧ ଜଣ ଅଟନ୍ତି । ସମସ୍ତ ଫେରନ୍ତା ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପରେ ବୁଗୁଡା ବ୍ଲକର ମାଣିତରା, ମକରାପଲ୍ଲୀ, ଚିଲିଖମା, ସୋଲଣ୍ଡି, ଗୋଳାବନ୍ଧ, ବି.କରଡ଼ାବାଡ଼ି, ଭାବସର, କରଚୁଲି,ଗୋଲିଆ, ଅନ୍ତରପଡା, ଖୋଳଖାଳି, ଗୌଡ଼ିଆବୋରଦା,କଳମ୍ବ, ବାଲିପଦର ପ୍ରଭୃତି ଗ୍ରାମର ବିଦ୍ୟାଳୟ ଓ ଗୋଲିଆ ଆଦର୍ଶ ବିଦ୍ୟାଳୟର ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସଙ୍ଗରୋଧରେ ରଖାଯାଇଛି । ସେହିପରି ବୁଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦରେ ସନ୍ଧ୍ୟା ସୁଦ୍ଧା ପ୍ରାୟ ୨୦୦ ଜଣ ବିଭିନ୍ନ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱାସ୍ଥ୍ୟ ପରୀକ୍ଷା ପରେ ରଖାଯାଇଛି ।

ରିପୋର୍ଟ ଡ଼ଃ କୁମୁଦ ଚନ୍ଦ୍ର ବେହେରା