ଆଜାଦ ବାହିନୀ ସଂଗଠନ ତରଫରୁ ମାସ୍କ ବଣ୍ଟନ ଏବଂ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…

ବାଲେଶ୍ୱର (ସମୃଦ୍ଧ ଓଡିଶା) : ଲକଡାଉନ ସମୟରେ ଲୋକମାନେ ବିନା କାରଣରେ ବାହାରକୁ ନ ବାହାରିବା ପାଇଁ କଟକଣା ଲାଗୁ ହୋଇଥିବା ବେଳେ କରୋନା ଦାଉରୁ ଲୋକମାନଙ୍କୁ ସୁରକ୍ଷା ଦେବା ପାଇଁ ଘର ବାହାରେ ପୋଲିସ, ସୁରକ୍ଷା କର୍ମୀ, ସାମ୍ବାଦିକ, ସଫେଇ କର୍ମଚାରୀ ଓ ସ୍ବେଚ୍ଛାସେବୀ ମାନେ ନିଜ ଜୀବନକୁ ବାଜି ଲଗାଇ କାର୍ଯ୍ୟରତ । ସେମାନେ ନିଜ କର୍ତ୍ତବ୍ୟ ସହ ନିଜ ଖର୍ଚ୍ଚରେ ଲୋକମାନଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ, ମାସ୍କ, ସାବୁନ, ଅତ୍ୟାବଶ୍ୟକ ସମାଗ୍ରୀ, ସାନିଟାଇଜର ବାଣ୍ଟିବା ସହ ସଚେତନ ମଧ୍ୟ କରୁଥିବା ଦେଖିବାକୁ ମିଳୁଛି । ସେହି ପରିପ୍ରେକ୍ଷୀ ରେ ଆଜାଦ ବାହିନୀ ସଂଗଠନ ତରଫରୁ ଅଣ୍ଡରାଇ ଗ୍ରାମ ପଞ୍ଚାୟତ ର ଧରମପୁର ସାହି ରେ 13 ଓ 14 ନ ୱର୍ଡ ଏବଂ ସାହାଡ଼ା ଗ୍ରାମ ପଞ୍ଚାୟତ ଅଧୀନସ୍ଥ ଧର୍ମଶରଣ ବିନ୍ଦା ର ସ୍ୱାଇଁ ସାହି ପର୍ଯ୍ୟନ୍ତ ମାସ୍କ ବଣ୍ଟନ ଏବଂ ଗତ କାଲି ମଧ୍ୟ ସଂଗଠନ ତରଫରୁ ମାଧିଆ ସାହି, ବଢେଈ ସାହି ଓ ଜାଗୁଳାଇ ଛନ୍ଦା ଗ୍ରାମରେ ମାସ୍କ ବଣ୍ଟନ ଏବଂ କରୋନା ମହାମାରୀ ଭୟାବୟତା ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ସଂଗଠନ ର ସଭାପତି କାହ୍ନୁ ଧୂପାଳ, ସମ୍ପାଦକ ରାଣାପ୍ରତାପ ସେଠି,କିଛି ସ୍ଵେଚ୍ଛାସେବୀ ଯୁବକ ପ୍ରଭୁକଲ୍ୟାଣ ଶତପଥୀ, ରାତିରଞ୍ଜନ ଦାସ,ମନରଞ୍ଜନ ନାୟକ,ଖଗେସ୍ଵର ସ୍ୱାଇଁ,ଅଞ୍ଜନ ଜେନା, ନୀଳମଣି ନାୟକ,ବିଶ୍ୱଜିତ ସ୍ୱାଇଁ, ଦୟାନିଧି ଶତପଥୀ,ଦୀପକ ଜେନା, ଦିଗବିଜୟ ଜେନା ସମେତ ଅନ୍ୟ ମାନେ ସାମିଲ୍ ଥିଲେ ।

ରିପୋର୍ଟ୍ : ନିମାଇଁ ଚରଣ ପଣ୍ଡା