କୁଦୁମା ଜାତିକୁ ସଂଗ୍ରକ୍ଷଣ ଲାଗି ୩ ସହୀଦଙ୍କୁ ୨୬ତମ ଶ୍ରଦ୍ଧାଞ୍ଜଳି…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ଜଳେଶ୍ୱର ଓଡିଶାରେ କୁଦୁମା ଜାତି ଅନୁସୂଚିତ ଜନଜାତିର ମାନ୍ୟତା ପାଇନଥିବା ବେଳେ ଲଢିବାଲାଗି ଦିଲ୍ଲୀରେ ହୋଇଥିବା ଆନ୍ଦୋଳନରେ ଯୋଗ ଦେବାଲାଗି ଜଳେଶ୍ୱରରୁ ପୁରୁଷୋତ୍ତମ ଗଲାବେଳେ ଗତ ୨୮-୮-୯୫ରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ରବିନାରାୟଣ ଜେନା, ଶ୍ରୀହରୀ ଚରଣ ଜେନା, ଗୌରାଙ୍ଗ ମଲ୍ଲିକଙ୍କର ମୃତ୍ୟୁ ଘଟିଥିବାରୁ ତାଙ୍କ ପ୍ରତିମୂର୍ତ୍ତୀ ଜଳେଶ୍ୱର ଥାନା ଅନ୍ତର୍ଗତ ବର୍ତ୍ତନାଠାରେ ନିର୍ମାଣ କରାଯାଇଛି । ଆଜି ତାଙ୍କର ଶ୍ରଦ୍ଧାଞ୍ଜଳି ଦିବସ ଥିବାରୁ କୋଭିଡ ଆଇନ୍‌ଅନୁଯାୟୀ ପରିଷଦର ସଭାପତି ରମେଶ ଚନ୍ଦ୍ର ଜେନା, ଆଇନ୍‌ଜିବୀ ରାମଚନ୍ଦ୍ର ଜେନା, ସୁଦର୍ଶନ ଜେନା, ସୁଧାକର ଜେନା, ହେମନ୍ତ ଦଳେଇ ଓ ଭାଗବତ ଜେନା ପ୍ରମୁଖ ପ୍ରତିମୂର୍ତ୍ତୀଠାରେ ମାଲ୍ୟାର୍ପଣ କରି ଶ୍ରଦ୍ଧାସୁମନ ଜ୍ଞାପନ କରିଥିଲେ ।

ରିପୋର୍ଟ : ଭୂପତି ପରିଡା