ଅହେତୁକ ବସ୍‌ ଭଡା ବୃଦ୍ଧି : ଉଦାସୀନ ପରିବହନ ବିଭାଗ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଓଡିଶାର ଉପାନ୍ତ ଅଂଚଳରୁ ରାଜ୍ୟର ବିଭିନ୍ନ ସ୍ଥାନକୁ ବସ୍‌ଚଳାଚଳ ଆପାତତଃ ଚାଲିଥିବା ବେଳେ ଅହେତୁକ ବସ୍‌ଭଡା ବୃଦ୍ଧି ଘଟିଛି । ପରିବହନ ବିଭାଗ ଏହା ଜାଣି ମଧ୍ୟ ଅଜଣା ରହୁଥିବାରୁ ଏବେ ଜନ ଅସନ୍ତୋଷ ଦେଖା ଦେଇଛି । ଚନ୍ଦନେଶ୍ୱରରୁ ବାଲେଶ୍ୱର, ପୁରୀ, ଜଳେଶ୍ୱରରୁ ରାଉରକେଲା, କେଉଁଝର ଏବଂ ପଶ୍ଚିମବଂଗର ବିଭିନ୍ନ ସ୍ଥାନରୁ ଓଡିଶାକୁ ବସ୍ ଚଳାଚଳ ହେଉଛି । କରୋନା ସଂକ୍ରମଣ ଯୋଗୁଁ ବସ୍‌ଚଳାଚଳ ବନ୍ଦ ରହିବା ଏବଂ ଡିଜେଲ ଓ ପେଟ୍ରୋଲର ମୂଲ୍ୟ ବୃଦ୍ଧି ଆଳରେ ବସ୍‌ ଭଡାକୁ ୨/୩ ଗୁଣା ବୃଦ୍ଧି କରାଯାଇଛି । ସରକାରଙ୍କ ନିୟମ ଅନୁଯାୟୀ କିଲୋମିଟର ଅନୁସାରେ ବସ୍‌ଭଡା ନିଆଯାଉନାହିଁ । କେତେକ କ୍ଷେତ୍ରରେ କଣ୍ଡକ୍ଟରଙ୍କ ଉଚ୍ଛା ଅନୁଯାୟୀ ଭଡା ନିଆଯାଉଥିବା ଅଭିଯୋଗ ହୋଇଛି । ପୂର୍ବରୁ ଚନ୍ଦନେଶ୍ୱରରୁ ଜଳେଶ୍ୱର ୩୦ଟଙ୍କା ଭଡା ଥିବା ବେଳେ ଏବେ ୬୦ଟଙ୍କା ନିଆଯାଉଛି । ସେହିପରି ଚନ୍ଦନେଶ୍ୱରରୁ ବାଲେଶ୍ୱର ପୂର୍ବରୁ ୭ଟଙ୍କା ନିଆଯାଉଥିବା ବେଳେ ଏବେ ୧୫୦ଟଙ୍କା ନିଆଯାଉଛି । କେବଳ ଏତିକି ନୁହେଁ ଚନ୍ଦନେଶ୍ୱରୁ ପୁରୀ ୨୦୦ଟଙ୍କା ଭଡା ଲାଗୁଥିବା ବେଳେ ଏବେ ୫୦୦ଟଙ୍କା ନିଆଯାଉଥିବାର ଅଭିଯୋଗ ହୋଇଛି । ସେହିପରି କୌଣସି ସ୍ଥାନରୁ ଗନ୍ତବ୍ୟସ୍ଥାନକୁ ଗଲେ ପୂର୍ବରୁ ଲାଗୁଥିବେ ଭଡା ଠାରୁ ଅଧିକ ଲାଗୁଥିବାରୁ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି । ବିକଳ୍ପଭାବେ ଅନ୍ୟ ବ୍ୟବସ୍ଥା ନଥିବାରୁ ଯାତ୍ରୀମାନେ ଏପରି ଅର୍ଥ ଦେବାକୁ ବାଧ୍ୟ ହେଉଛନ୍ତି । ଗତ କିଛିଦିନ ଧରି ବସ୍‌ଗୁଡିକରେ ଯାତ୍ରୀ ଅଧିକ ହେଉଥିବାରୁ ଭଡି ଅଖିକ ହେଉଛି । କରୋନା ନିରୟମ ଅନୁଯାୟୀ ପ୍ରତିଦିନ ବସ୍‌ଗୁଡିକ ବିଶୋଧନ କରିବା, ହାତ ବିଶୋଧନ ଲାଗି ଆବଶ୍ୟକ ସାନିଟାଇଜର ରଖାଯାଉନାହିଁ । ତେଣୁ ବହୁ ଯାତ୍ରୀ ଭୟ ଓ ଆଶଙ୍କା ମଧ୍ୟରେ ଯାତାୟାତ କରୁଛନ୍ତି । ବିଶେଷ କରି ରାତ୍ରିକାଳିନ ବସ୍ ଗୁଡିକରେ ପରୀକ୍ଷା ନିରୀକ୍ଷା ଲାଗି ଯାଇଥାନ୍ତି । ବସ୍‌ଗୁଡିକ ବିଶୋଧନ ହେଉନଥିବାରୁ ସେମାନଙ୍କ ଅଭିଭାବକମାନେ କର୍ତ୍ତୃପକ୍ଷଙ୍କ ନିକଟରେ ଦାବି କରିଛନ୍ତି । ପଶ୍ଚିମବଙ୍ଗକୁ ଶତାଧିକ ରାତ୍ରିକାଳୀନ ବସ୍ ଯାତାୟାତ କରୁଥିବା ବେଳେ ସୁରକ୍ଷା ଓ ଭଡା ସମ୍ପର୍କରେ ଧ୍ୟାନ ଦିଆଯାଉ । ଅତିଶୀଘ୍ର କର୍ତ୍ତୃପକ୍ଷଙ୍କ ନିକଟରୁ ବସ୍‌ଭଡା ନିର୍ଦ୍ଧାରଣ ଓ ସୁରକ୍ଷା, ସ୍ୱଚ୍ଛତା ଗୁରୁତ୍ୱ ଦେବାକୁ ଦାବି ହୋଇଛି ।

ରିପୋର୍ଟ : ଭୂପତି ପରିଡା