ଭୂମିହିନଙ୍କୁ ପଟ୍ଟାଦାବିରେ ବିଜେପିର ତହସିଲଦାରଙ୍କ ନିକଟରେ ଦାବି…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ପୌରପାଳିକାର ୭ନଂ ୱାର୍ଡ ଶାସନବାର୍ଡରେ ରହୁଥିବା ଭୂମୀହିନ ପରିବାରକୁ ସ୍ଥାୟୀ ପଟା ଦାବିରେ ବିଜେପି ନଗର ସଭାପତି ଫାଲଗୁନୀ ପାଣିଗ୍ରାହୀଙ୍କ ନେତୃତ୍ୱରେ ଦାବିପତ୍ର ପ୍ରଦାନ କରାଯାଇଛି । ପ୍ରାୟ ୪୦ଟି ପରିବାରର ଲୋକେ ତହସିଲଦାର ଓ ପୌରଅଧିକାରୀଙ୍କୁ ଭେଟି ନିୟମ ଅନୁଯାୟୀ ଦାବିପତ୍ର ପ୍ରଦାନ କରିଥିଲେ । ବରିଷ୍ଠ ବିଜେପି ନେତା ଆଦିତ୍ୟନାରାୟଣ ପାତ୍ର, ସେକ୍ ସୁଲତାନ, ସେକ୍ ଗୋଫ୍ରାନ୍‌, ସେକ୍ ଗୋଫାର, ଜେବିନ୍ ଅହମ୍ମଦ, ସେକ୍ ଅରର୍ଫାନଉଦ୍ଦିନ, ମହିତ୍ ସାହା ଓ ଯୁବମୋର୍ଚ୍ଚ ନଗର ସଭାପତି ରବିନ୍ଦ୍ର ପାତ୍ରଙ୍କ ନେତୃତ୍ୱରେ ଜଳେଶ୍ୱରର ୨ ଅଧିକାରୀଙ୍କ ଜରିଆରେ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି ।

ରିପୋର୍ଟ : ଭୂପତି ପରିଡା