କରୋନା ଯୋଗୁଁ ରୋଜଗାର ହରାଇ ଆର୍ଥିକ ଅନଟନରେ କ୍ୟାଟେରିଂ ସର୍ଭିସେସ : ସହାୟତା ପାଇଁ ଅଣ୍ଟା ଭିଡ଼ିଲେ ବିଜେଡି ଯୁବନେତା…

ଢେଙ୍କାନାଳ (ସମୃଦ୍ଧ ଓଡିଶା) କରୋନା ଯୋଗୁଁ ରୋଜଗାର ହରାଇ ଆର୍ଥିକ ଅନଟନର ଶିକାର କ୍ୟାଟେରିଂ ସର୍ଭିସେସ ସହ ଜଡିତ ଛଦେଶ ଅଞ୍ଚଳର ପ୍ରାୟ ୪ହଜାର ଯୁବକଙ୍କ ସହାୟତା ପାଇଁ ଅଣ୍ଟା ଭିଡ଼ିଲେ ବିଜେଡି ଯୁବନେତା ତଥା ସମାଜସେବୀ ଇଂ ଶୁଭ ପ୍ରସାଦ ପଣ୍ଡା ବୋଲି ସୂଚନା ମିଳିଛି । ସୂଚନା ଅନୁଯାୟୀ ଛଦେଶ ଭାପୁର ଅଞ୍ଚଳର ୫ହଜାର ଯୁବକ କ୍ୟାଟରିଂ ସର୍ଭିସେସକୁ ମୁଖ୍ୟ ରୋଜଗାର ମଧ୍ୟମ ଭାବେ ଗ୍ରହଣ କରି ଚଳୁନ୍ତି । କରୋନା ମହାମାରୀ ଯୋଗୁଁ ବେରୋଜଗାର ହୋଇ ବହୁ ଦୟନୀୟ ଓ ଆର୍ଥିକ ଅନଟନର ସମ୍ମୁଖୀନ ହୋଇଛନ୍ତି । ଆଜି ସେମାନଙ୍କ ପ୍ରମୁଖ ପରିଚାଳକ ମଣ୍ଡଳୀଙ୍କ ଏକ ବୈଠକ ଭାପୁର ନିକଟସ୍ଥ ସ୍ଵପ୍ନେଶ୍ଵର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଆଗାମୀ ୭ ଦିନ ମଧ୍ୟରେ ଛଦେଶ କ୍ୟାଟରିଂ ସର୍ଭିସେସ ଆସୋସିଏସନର ଏକ ପୂର୍ଣ୍ଣାଙ୍ଗ କମିଟି ପ୍ରସ୍ତୁତ କରି ଏହାକୁ ପଞ୍ଜିକୃତ କରିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା । ଏହି ବୈଠକରେ ସ୍ଥାନୀୟ ବିଜେଡି ଯୁବନେତା ତଥା ସମାଜସେବୀ ଇଂ ଶୁଭ ପ୍ରସାଦ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ସେମାନଙ୍କ ବହୁବିଧ ସମସ୍ୟା ବିଷୟରେ ଆଲୋଚନା କରିଥିଲେ ଓ ବିଧାୟକ ସୁଧୀର କୁମାର ସାମଲ ଏବଂ ତାଙ୍କ ପ୍ରତିନିଧି ନରୋତ୍ତମ ସାହୁଙ୍କ ଅବଗତି ଓ ପରାମର୍ଶ କ୍ରମେ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ କରିବା ପାଇଁ ପ୍ରତିଶୃତି ପ୍ରଦାନ କରିଛନ୍ତି । ଆଗାମୀ ମଙ୍ଗଳବାର ଏହାର ବିଭିନ୍ନ କାର୍ଯ୍ୟପନ୍ଥା ସ୍ଥିରୀକୃତ ହେବ ବୋଲି କୁହାଯାଇଛି । ଏହି କାର୍ଯ୍ୟକ୍ରମରେ ଶ୍ରୀକାନ୍ତ ମହାରଣା, ପ୍ରଦୀପ ଦାଶ, ଶରତ ପଟନାୟକ, କୈଳାସ ସାହୁ, ଅଭୟ ମହାରଣା, ମହେନ୍ଦ୍ର ପଣ୍ଡା, ଭଗବାନ ବେହେରା, ଶରତ ପଣ୍ଡା, ପହଲି ଖଟୁଆ, ସୂର୍ଯ୍ୟ ଶୁକ୍ଳ, ରମେଶ ଦାଶ ଆଦି କର୍ମକର୍ତ୍ତା ଯୋଗ ଦେଇଥିଲେ ।

ରିପୋର୍ଟ : ଶୁଭମ ପାଣି