ରାଜ୍ୟର ବାସ୍ତବ ଚିତ୍ରକୁ ପଦାରେ ପକାଇଲା କରୋନା ମହାମାରୀ : ଭି ଚନ୍ଦ୍ରଶେଖର ନାଇଡୁ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗତ ୨୧ବର୍ଷ ଧରି ରାଜ୍ୟରେ ଥିବା ବିଜେଡି ସରକାର ସବୁକ୍ଷେତ୍ରରେ ବିଫଳ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ବ୍ରହ୍ମପୁର ଲୋକସଭା ପ୍ରାଥୀ ଭି ଚନ୍ଦ୍ରଶେଖର ନାଇଡୁ । ଦୀର୍ଘ ମିଆଦୀ ଯୋଜନାର ଅଭାବ ତଥା ଦିଗହୀନ ନିଷ୍ପତ୍ତି ଆଜି ରାଜ୍ୟବାସୀଙ୍କୁ ନିସ୍ୱ ଓ ଅସହାୟ କରି ଦେଇଛି । ରାଜ୍ୟ ସରକାର ଲୋକମାନଙ୍କୁ କର୍ମ ନିଯୁକ୍ତି ଦେଇ ପାରୁନାହାଁନ୍ତି । ଫଳରେ ହଜାର ହଜାର ଲୋକ ଆଜି ଅନ୍ୟ ରାଜ୍ୟ ଉପରେ ନିଭରଶୀଳ । ରାଜ୍ୟ ସରକାରଙ୍କ ବିଫଳ ଆର୍ଥିକ ପରିଚାଳନା ଯୋଗୁଁ ଜନ୍ମ ହେବା ଛୁଆ ମଧ୍ୟ ରୁଣ ଯନ୍ତାରେ ପଡୁଛି । ପରିସଂଖ୍ୟାନରୁ ଜଣାପଡିଛି ବିଜେଡି ସରକାର କ୍ଷମତାକୁ ଆସିବା ପୂର୍ବରୁ ୨୦୦୦ ମସିହାରେ ରାଜ୍ୟ ଋଣ ଭାର ୨୦ ହଜାର କୋଟି ଥିବା ବେଳେ ବତ୍ତମାନ ୨୧ ବର୍ଷ ଭିତରେ ଏହା ୧ଲକ୍ଷ କୋଟିରେ ପହଞ୍ଚି ସାରିଛି । ଏହିଭଳି ପରିସ୍ଥିତିରେ କରୋନା ମହାମାରୀ ସମୟରେ ଗତ ୨୧ ବର୍ଷର ରାଜ୍ୟ ସରକାରର ପ୍ରକୂତ ଚିତ୍ର ଏବେ ବାହାରକୁ ଆସିଯାଇଛି । କରୋନା ଯୋଗୁଁ ଲଗାତାର ୨ ମାସ ଧରି କାମ ନ ପାଇ ଘରେ ବସି ରହିଥିବା ପ୍ରବାସୀ ଶ୍ରମିକମାନଙ୍କୁ ନିଜ ରାଜ୍ୟକୁ ନିଜ ଖଚ୍ଚରେ ଆସିବାକୁ ଅନୁମତି ଦେଲେ କିନ୍ତୁ ଆସିବା ପରେ ଭୂମିପୁତ୍ରମାନଙ୍କୁ କରମ ନିଯୁକ୍ତି ଦେଇପାରିଲେ ନାହିଁ । ସୁରଟ ସୂତା କଳରେ କାମ କରୁଥିବା କୂଶଳି ଶ୍ରମିକମାନଙ୍କୁ ଧମକୁ ଆଖିଠାର ଭଳି ମହାତ୍ମା ଗାନ୍ଧି ନରେଗାରେ ମାଟି କାମ କରିବାକୁ କୁହାଗଲା । କୁଶଳୀ ଶ୍ରମିକ ତ କାମ କରି ପାରିଲେ ନାହିଁ, ସ୍ଥୀନୀୟ ଅଣକୁଶଳୀ ଶ୍ରମିକ ମଧ୍ୟ କାମ ହରାଇଲେ । ଅନ୍ୟ ଦିଗରେ କୁଶଳୀ ଭୂମିପୁତ୍ର ପୁଣି ନିଜ ଜୀବନକୁ ବାଜି ଲଗାଇ ଏବେ ରାଜ୍ୟ ବାହାର କରମସ୍ଥଳକୁ ଚାଲିଗଲେଣି । ଆଶ୍ଚର୍ଯ୍ୟର କଥା ଗଞ୍ଜାମ ଭଳି ରେଡ ଜୋନରୁ ଏମାନଙ୍କ ସଂଖ୍ୟା ଅଧିକ । ସରକାରଙ୍କ ନିଦ୍ଦେଶ ମୁତାବକ ଏବେ ଗାଡି ମଟର ଚାଲୁନଥିବା ବେଳେ ଏମାନେ ସଡକପଥରେ ବାହାର ରାଜ୍ୟକୁ ଗଲେ କେମିତି ? ବଡ ଦୁର୍ଭାଗ୍ୟର ବିଷୟ ରାଜ୍ୟ ବାହାରେ କେତେ ଶ୍ରମିକ କାମ କରଛନ୍ତି, କେତେ ରାଜ୍ୟକୁ ଫେରିଛନ୍ତି ସେ ପରିସଂଖ୍ୟାନ ମଧ୍ୟ ରାଜ୍ୟ ସରକାରଙ୍କ ପାଖରେ ଉପଲବ୍ଧ ନାହିଁ । ଆଉ ଏହାହିଁ ସରକାରଙ୍କ ଭୁଲ ଶ୍ରମନୀତିକୁ ସ୍ପଷ୍ଟ କରୁଛି । ସେପଟେ କରୋନା ମହାମାରୀରେ ଆକ୍ରାନ୍ତ ଓ ମୃତକ ସଂକ୍ରାନ୍ତୀୟ ସରକାର ଦେଉଥିବା ତଥ୍ୟ ମଧ୍ୟ ବାସ୍ତବତା ଠାରୁ ବହୁ ଦୁରରେ । ଅଭିଜ୍ଞତାର ଅଭାବ ଯୋଗୁଁ ରାଜ୍ୟ ସରକାର କରୋନା ଯୋଦ୍ଧାମାନଙ୍କୁ ସଠିକ ଦିଶା ନିଦ୍ଦେଶ ଦେବାରେ ବିଫଳ ହୋଇଛନ୍ତି । କରୋନା ମହାମାରୀ ଯୋଗୁଁ ରାଜ୍ୟରେ ସ୍ୱାସ୍ଥ୍ୟ ସେବା ଏକ ପ୍ରକାରର ଅଚଳ ହୋଇ ପଡିଛି । ପିଏଚସି, ସିଏଚସି ତ ଦୂରର କଥା ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ଖୋଲୁ ନାହିଁ ଓ ଡାକ୍ତର ଆସୁନାହାଁନ୍ତି । ଡାକ୍ତର ଓ ରୋଗିଙ୍କ ମଧ୍ୟରେ ଏକ ଅବିଶ୍ୱାର ବାତାବରଣ ସୃଷ୍ଟି ହୋଇଛି । ଏହା ମଧ୍ୟ ରାଜ୍ୟ ସରକାରଙ୍କ ବିଫଳ ସ୍ୱାସ୍ଥ୍ୟନୀତିକୁ ଇଙ୍ଗିତ କରୁଛି । ଚିର ଅବହେଳିତ ଗଞ୍ଜାମ ଓ ଗଜପତି ଜିଲ୍ଲାବାସୀ ବାରମ୍ବାର ବିଜୁ ଜନତା ଦଳ ଉପରେ ଆସ୍ଥା ପ୍ରକଟ କରିଛନ୍ତି । ଓଡିଶାର ଭାତ ହାଣ୍ଡି ଭାବେ ପରିଚିତ ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ଅଣ ଦେଖା କରାଯାଉଛି । ଐତିହ ସହର ପାରଳାଖେମୁଣ୍ଡିରୁ ଐତିହ ନଷ୍ଟ ହେଉଥିବାବେଳେ ରେଶମ ସହର ବ୍ରହ୍ମପୁରରୁ ରେଶମ କାଢି ନେବାକୁ ମଧ୍ୟ ଚକ୍ରାନ୍ତ ହେଉଛି ବୋଲି ଅଭିଯୋଗ କରିଛନ୍ତି । ଏହାସହ ଲୋକମାନଙ୍କ ମଧ୍ୟରେ ଅଧିକ ଅସନ୍ତୋଷ ସୃଷ୍ଟି ହେବା ଆଗରୁ କରୋନା ମହାମାରୀ ବିପତ୍ତିରୁ ଉଦ୍ଦାର ପାଇଁ ସୁଦୁର ପ୍ରସାରୀ ପଦକ୍ଷେପ ଗ୍ରହଣ କରାଯାଉ ବୋଲି ସେ ଦାବି କରିଛନ୍ତି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା