କରୋନାକୁ ନାହିଁ ଡର : ପ୍ରଶାସନ ନିରବ…

ରଙ୍ଗେଇଲୁଣ୍ଡା (ସମୃଦ୍ଧ ଓଡିଶା) ସାରା ଦେଶରେ ଆତଙ୍କ ସୃଷ୍ଟି କରିଥିବା କରୋନା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସାରା ରାଜ୍ୟରେ ଲକଡାଉନ ଘୋଷଣା କରାଯାଇଥିବା ବେଳେ, ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ଶାସନପଦର ଠାରେ ଚାଲିଥିବା ଏକ ଇଟା ଭାଟି ଉପରେ ଏହାର କିଛି ପ୍ରଭାବ ପଡିନଥିବା ଦେଖିବାକୁ ମିଳିଛି । କନିସି ତହସିଲଦାର, ରଙ୍ଗେଇଲୁଣ୍ଡା ବିଡ଼ିଓ, ଗୋଳନ୍ଥରା ପୋଲିସ ଏହି ରାସ୍ତାରେ ଯିବା ଆସିବା କରୁଥିବା ବେଳେ କାହାର ବି ନଜର ଏହି ଇଟା ଭାଟି ଉପରେ ପଡି ନଥିବା ପରିତାପର ବିଷୟ ପାଲଟିଛି । ଏଥିରେ ଛୋଟ ଛୋଟ ପିଲାମାନଙ୍କୁ ମଧ୍ୟ କାମରେ ନିୟୋଜିତ କରାଯାଇଥିବା ଅଭିଯୋଗ ହୋଇଛି । ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେଇ କୋମଳବତୀ ଶିଶୁମାନଙ୍କ ଉଜ୍ୱଳ ଭବିଷ୍ୟତ ଉପରେ ଦୃଷ୍ଟି ଦେବା ସଙ୍ଗେ ସଙ୍ଗେ ସମ୍ପୃକ୍ତ ଭାଟି ମାଲିକ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବୀ ହୋଇଛି ବୋଲି ଆମ ପ୍ରତିନିଧି ଜଣାଇଛନ୍ତି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା ଓ ରଙ୍ଗାଇଲୁଣ୍ଡ ବ୍ଲକରୁ ସଞ୍ଜୟ ଦାଶ