କରୋନା ସମ୍ପର୍କରେ ବେନିୟମ ପରିଚୟ ପତ୍ର ପ୍ରସ୍ତୁତ କରିବା ଅଭିଯୋଗରେ ୧ ଅଟକ…

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ପାରଳାଖେମୁଣ୍ଡି ସହରର ୧୪ନଂ ୱାଡ ଅନ୍ତର୍ଗତ ଚାନ୍ଦିନୀ ରେଷ୍ଟୁରାଣ୍ଟ ନିକଟରେ ଥିବା ଶର୍ମା ଗ୍ରାଫିକ୍ସ ଦୋକାନରେ ବିଭିନ୍ନ ପ୍ରକାର ସରକାରି ବେସରକାରୀ ‘କରୋନା’ ନିମନ୍ତ୍ରେ ବ୍ୟବହାର ହେଉଥିବା ପରିଚୟ ପତ୍ର ଗୁଡିକ ବେନିୟମ ଭାବେ ତିଆରି କରି ଚଡା ଦରରେ ବିକ୍ରି କରୁଥିବାକୁ ନେଇ କୌଣସି ସୂତ୍ରରୁ ଗଜପତି ଆରକ୍ଷୀ ଅଧିକ୍ଷକ ସାରା ଶର୍ମା ଖବର ପାଇ ଏସଡ଼ିପିଓ ପି କେ ଜେନା, ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ ଦଳିଅ ଟିମ ସହ ଘଟଣା ସ୍ଥଳେ ପହଞ୍ଚି ଚଡ଼ାଉ କରି ଦୋକାନ ମାଲିକ ଏ. ବିଜୟ କୁମାରକୁ ପଚରାଉଚରା କରିବା ନିମନ୍ତେ ପାରଳଖେମୁଣ୍ଡି ଥାନାକୁ ଆଣି ଥିବା ଜଣାପଡିଛି ।

ରିପୋର୍ଟ : କୃଷ୍ଣ କୁମାର ବେହେରା