ପୋଲିସ ଉପରେ ସହାନୁଭୁତିଶୀଳ ହୋଇ ପାରଳା ବିଧାୟକ ଖାଇବାକୁ ଦେଲେ…

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଲକ ଡାଉନ ପରିସ୍ଥିତି ସାରା ସହରରେ ଜାରୀ ରହିଥିବା ବେଳେ, ଆଜି ଭୀଷଣ ଖରାରେ ମଧ୍ୟ କରୋନା ଭାଇରସକୁ ପ୍ରତିହତ କରିବା ପାଇଁ ଲୋକମାନଙ୍କୁ ଘରୁ ନ ବାହାରିବା କାର୍ଯ୍ୟକ୍ରମର ତଦାରଖ କରୁଛନ୍ତି ସେଥିରେ ସହାନୁଭୁତିଶୀଳ ହୋଇ ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ ପୋଲିସ କର୍ମଚାରୀମାନଙ୍କୁ ଖାଦ୍ୟ ପୁଡ଼ିଆ, ଫଳ,ଓ ପାନୀୟ ଜଳ ବଣ୍ଟନ କରିଥିଲେ । ଯେଉ ଭଳି ଭାବେ ଦିନରାତି ପାଲିସ କର୍ମଚାରି କଠିନରୁ କଠିନ ପରିଶ୍ରମ କରି କର୍ତବ୍ୟ ନିଭାଉଛନ୍ତି, ସେମାନଙ୍କ ଖାଇବା ବି ଠିକ ହେଇପାରୁନାହିଁ,ଏହା ଦେଖି ପାରଳା ବିଧାୟକ ପ୍ରଥମେ ପୁରୁଣାପାଟଣା ରାସ୍ତାରେ ଥିବା ପୋଲିସ ଚେକ ପୋଷ୍ଟ ପରେ ସହରର ଥାନା ଛକ ଏବଂ ବଜାର ଛକ ଠାରେ ଖାଦ୍ୟ ବଣ୍ଟନ କରିଥିଲେ । ଏହି ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମରେ ପୂର୍ବତନ ନଗରପାଳ ପି.କ୍ରିଷ୍ଣା, ନୁସିଂହ ଚରଣ ପଟନାୟକ, ବରିଷ୍ଠ ବିଜେପି ନେତା ଜମିଦାର ପଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ : କୃଷ୍ଣ କୁମାର ବେହେରା