ଏକ ବୈଠକରେ ଯୋଗଦେଇ ଗଞ୍ଜାମ ଜିତିବ କରୋନା ହାରିବ କହିଲେ ଜିଲ୍ଲାପାଳ…

ପୋଲସରା (ସମୃଦ୍ଧ ଓଡିଶା) ପୋଲସରା ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଗତକାଲି ଅନୁଷ୍ଠିତ ଏକ ବୈଠକରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଯୋଗଦେଇ କହିଛନ୍ତି ଯେ ଗଞ୍ଜାମ ଜିତିବ କରୋନା ହାରିବ । ଗଞ୍ଜାମ ଜିଲ୍ଲାରେ ସ୍ଥିତି ସୁଧୁରି ଆସିଲାଣି । କାରଣ ଏବେ ଆଉ ବାହାରୁ କେହି ଆସୁନାହାନ୍ତି । ତଥାପି ଆମକୁ ସତର୍କ ରହିବାକୁ ପଡିବ ବିଶେଷ କରି କରୋନା ସଂକ୍ରମଣକୁ ରୋକିବା ପାଇଁ ପଞ୍ଚ ସୂତ୍ରୀ ନିୟମକୁ କଡାକଡି ଭାବେ ପାଲନ କରିବାକୁ ପଡିବ ବୋଲି ଶ୍ରୀ କୁଲାଙ୍ଗେ ପରାମର୍ଶ ଦେଇଥିଲେ । ବ୍ୟବସାୟୀମାନେ ଏହି ପଞ୍ଚ ସୂତ୍ର ପାଳନ କରୁଛନ୍ତି କି ନାହିଁ ଦେଖିବାକୁ ପଡିବ । ଦୋକାନ ଆଗରେ ବାରିକେଡ କରିବା, ଗ୍ରାହକମାନଙ୍କ ମଧ୍ୟରେ ଦୁଇ ମିଟର ଦୁରତା ସାମାଜିକ ଦୁରତା ପାଇଁ ଗୋଲେଇ କରିବା, ସେନିଟାଇଜେସନ କରିବା, ବ୍ୟବସାୟୀ ଉଭୟ ମାସ୍କ ଓ ଗ୍ଳୋବ ପିନ୍ଧିବା ଏବଂ ନୂତନ ଗ୍ରାହକମାନଙ୍କର ନାମ ଠିକଣା ଲେଖି ରଖିବା ପାଇଁ ପରାମର୍ଶ ଦେଇଥିଲେ । ଯେଉଁ ବ୍ୟବସାୟୀ ଏହି ନିୟମକୁ ପାଳନ ନ କରିବ ୧୫ ଦିନ ପାଇଁ ଦୋକାନ ବନ୍ଦ କରିଦେଲେ ବାଟକୁ ପଳି ଆସିବ ବୋଲି କୁଲାଙ୍ଗେ ଚେତାବନୀ ଦେଇଥିଲେ । ଏହିପରି କରୋନା ନିୟମକୁ କଡାକଡି ଭାବେ ପାଳନ କଲେ ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଶୂନକୁ ଆସିଯିବ ବୋଲି ଜିଲ୍ଲାପାଳ ଆଶା ପ୍ରକାଶ କରିଥିଲେ । ପୋଲସରା ଅଞ୍ଚଳରେ ବର୍ତ୍ତମାନ ମାତ୍ର ୩୧ଟି ସକ୍ରିୟ ମାମଲା ରହିଥିବା ଏବଂ ସଂକ୍ରମିତମାନଙ୍କ ମଧ୍ୟରୁ ୨୭ ଜଣ ହୋମ କ୍ଵାରେନଣ୍ଟାନରେ ଥିବାବେଳେ ମାତ୍ର ୪ ଜଣ କୋଭିଡ ସେଣ୍ଟର ଥିବାରୁ ଜିଲ୍ଲାପାଳ ଆନନ୍ଦ ପ୍ରକାଶ କରିଛନ୍ତି । କୋଭିଡ ଯୋଦ୍ଧା, ଆଶା ଓ ଅଙ୍ଗନୱାଡି, କର୍ମୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ କୋଭିଡ ମନିଟରମାନଙ୍କ ଅକ୍ଲାନ୍ତ ଉଦ୍ୟମ ଯୋଗୁଁ ସମ୍ଭବ ହୋଇଛି ବୋଲି କହିଥିଲେ । ଏହି ବୈଠକରେ ପୋଲସରା ଅଞ୍ଚଳର ନିର୍ବାଚିତ ପ୍ରତିନିଧି ଓ ସରକାରୀ କର୍ମଚାରୀ ଓ ଅଧିକାରୀମାନେ ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା