କବିତା: ରାଧାକୁ ହେଉଛି ବାଧା….

କାହିଁକି ହେବନି ମାନିନୀ ମାନଭଞ୍ଜନୀ
କୃଷ୍ଣ ପ୍ରାଣ ପ୍ରିୟା ରାଧାକୁ ବାଧା?
କାହ୍ନା ପୀରତି ରେ ତଲ୍ଲୀନ ହୋଇ
କଳଙ୍କର ଟୀକା ପିନ୍ଧିଛି ରାଧା।
ଏଣୁ କାହ୍ନା ପ୍ରେମ ଯଦି ବାଣ୍ଟି ହୋଇ ଯାଏ
କେମିତି ସହିବ ମାନିନୀ ମାନଭଞ୍ଜନୀ ରାଧା?
ଏଣୁ ରାଧାକୁ ହେଉଛି ବାଧା,
କାହ୍ନା ପରପ୍ରୀତି କେମିତି ସହିବ
କେଶବ ବଲ୍ଲଭା ମାନିନୀ ରାଧା?।୧।
ରାଧାବଲ୍ଲଭ ଓ କେଶବ ବଲ୍ଲଭା
ଏକ ଅଙ୍ଗ ଏକ ମନରେ ବନ୍ଧା,
ରାଧାବିନା କୃଷ୍ଣ,କୃଷ୍ଣ ବିନା ରାଧା
ସମ୍ପୂର୍ଣ ଅଧା,ସମ୍ପୂର୍ଣ ଅଧା।
ଏଣୁ କାହ୍ନା ପର ପ୍ରୀତି କେମିତି ସହିବ
କେଶବ ବଲ୍ଲଭା ମାନିନୀ ରାଧା?
ଏଣୁ ରାଧାକୁ ହେଉଛି ବାଧା।୨।
କେତେ ବେଳେ କାହ୍ନା ଋକ୍ଳିଣୀ ପ୍ରେମରେ
ହେଲାଣି ଖାଲି ବାଈ,
କେତେ ବେଳେ ପୁଣି ଷୋଳ ଶହସ୍ର ଗୋପ ନାରୀଙ୍କୁ
ନିଜ ପ୍ରେମ ବାରିଧିରେ ଦେଲାଣି ଭିଜାଇ।
ନଟ ନାଗର ନଟ ନାଟୁଆ ରଶିଆ କାହ୍ନାର
ଶଠ ଲମ୍ପଟ ଗୁଣ ଦେଉଛି ସତେ ରାଧକୁ ବାଧା,
ଏଣୁ କାହ୍ନା ପର ପ୍ରୀତି କେମିତି ସହିବ
କେଶବ ବଲ୍ଲଭା ମାନିନୀ ରାଧା?
ଏଣୁ ରାଧାକୁ ହେଉଛି ବାଧା।୩।
କେତେ ବେଳେ ମୀରା ପ୍ରେମରେ
କାହ୍ନା ହେଲାଣି ବାଈ,
କେତେ ବେଳେ ଗୋପି ପ୍ରେମେ ରାସଲୀଳା ରେ ମଜ୍ଜି
ଗୋପି ଅଭିଳାଷ ପୂର୍ଣ କଲାଣି ଯାଇ।
କାହ୍ନାର ଏହି ପର ପ୍ରୀତି କାହିଁକି ଦବନି
ନମୟୀ ପ୍ରିୟା ରଧାକୁ ବାଧା?
କାହ୍ନା ପର ପ୍ରୀତି କେମିତି ସହିବ
କେଶବ ବଲ୍ଲଭା ମାନିନୀ ରାଧା?
ଏଣୁ ରାଧାକୁ ହେଉଛି ବାଧା।୪।
ବ୍ରଜବାଳୀ ସବୁ ରସିକ ନାଗର ରସ ରସିଆ
ହଟିଆ କାହ୍ନାର ପ୍ରେମେ ହେଲେ ବାଉଳି
କୃଷ୍ଣ ପର ପ୍ରୀତି ଦେଖି ଦେଖି ରାଧା
ମନକୁ ପାରୁନି ଆଉ ସମ୍ଭାଳି,
ଏଣୁ କାହ୍ନା ପର ପ୍ରୀତି କେମିତି ସହିବ
କଶବବଲ୍ଲଭା ମାନିନୀ ରାଧା?
ଏଣୁ ରାଧାକୁ ହେଉଛି ବାଧା।୫।
କାହ୍ନା ଯଦି ମାନିନୀ ରାଧାର ଦେହ ହୋଇ ଥାଏ
ତେବେ ମୀରାର ହେବ କାହ୍ନା ପ୍ରୀତି ଚନ୍ଦନ,
କାହ୍ନା ଯଦି ମାନିନୀ ରାଧାର ଅଶୃ ଜଳ ହୁଏ
ତେବେ ବାଉଳି ମୀରାର ହେବ କାହ୍ନା ଏକ ଦରଦି ମନ
କୃଷ୍ଣ ପ୍ରେମ ଭକ୍ତିରେ ମତୁଆଲା ହୋଇ
ମୀରା ସଦା ବାଉଳି ହେଲେ,
ସ୍ବାମୀ ରାଣା ଯେବେ ବିଷ ଦେଲେ ତାଙ୍କୁ
ସେ ବିଷ ପାତ୍ରକୁ କୃଷ୍ଣ ପ୍ରେମ ପାତ୍ର ଭାବି
ମୀରା ବିଷ ତକ ସବୁ ପିଇ ଦେଲେ।
ଏହି ପରି କେତେ ବେଳେ କାହ୍ନା
ତା ମାନମୟୀ ପ୍ରିୟା ରାଧାର ହେଲାଣି
ପୁଣି କେତେ ବେଳେ କାହ୍ନା
ହେଲାଣି ବାଉଳି ମୀରାର,
ଏକ ସମ୍ପର୍କର ଲୁଚକାଳି ଖେଳ ଭିତରେ
ସତେ ରାଧା ମନଟି ହୁଏ ଅସ୍ଥିର,
କୃଷ୍ଣପର ପ୍ରୀତି ସହି ପାରୁନି ମାନିନୀ
ମାନମୟୀ ମାନ ଭଞ୍ଜନୀ ରାଧା
ଏଣୁ ରାଧାକୁ ହେଉଛି ବାଧା,
କାହ୍ନା ପର ପ୍ରୀତି କେମିତି ସହିବ
କେଶବ ବଲ୍ଲଭା ମାନିନୀ ରାଧା?
ସତେ ରାଧାକୁ ହେଉଛି ବାଧା,
ସତେ ରାଧାକୁ ହେଉଛି ବାଧା।୮।

ଲେଖିକା : ମାନସୀ ବେହୁରା————ମାନସୀମାନୀ ଜାହ୍ନବୀ ଜାନୁ।