ବ୍ରହ୍ମପୁର ବିଧାୟକ ଉଦଘାଟନ କଲେ ‘ବୁଦ୍ଧଖୋଲ ମହୋତ୍ସବ- ୨୦୧୯’….

ବୁଗୁଡା଼(ସମୃଦ୍ଧ ଓଡିଶା)ବୁଗୁଡ଼ା ବ୍ଲକ ଅନ୍ତର୍ଗତ ବୁଦ୍ଧଖୋଲ ମହୋତ୍ସବ ପଡିଆରେ ପ୍ରାଚୀନ କଳା ଓ ସଂସ୍କୃତିର ପର୍ବ ‘ବୁଦ୍ଧଖୋଲ ମହୋତ୍ସବ- ୨୦୧୯’ ଅନୁଷ୍ଠିତ ହୋଇଯାଇଛି ।ଏହି ମହୋତ୍ସବରେ ଉଦଘାଟକ ଭାବେ ବ୍ରହ୍ମପୁର ବିଧାୟକ ଡ଼. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଗୋପାଳପୁର ବିଧାୟକ ତଥା ଗଞ୍ଜାମ ଜିଲ୍ଲା ବିଜୁ ଜନତା ଦଳ ସଭାପତି ଡ଼. ପ୍ରଦୀପ କୁମାର ପାଣିଗ୍ରାହୀ,ସାନଖେମୁଣ୍ଡି ବିଧାୟିକା, ଛତ୍ରପୁର ବିଧାୟକ, ବୁଦ୍ଧଖୋଲ ଉନ୍ନୟନ କମିଟିର ସଭାପତି ତଥା ମାନ୍ୟବର ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ବ୍ରହ୍ମପୁର ବିଡିଏ ଅଧକ୍ଷ ସୁବାଷ ମହାରଣା ପ୍ରମୁଖ ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇଥିଲେ । ଗଞ୍ଜାମ ଜିଲ୍ଲା ପରିଷଦ ଅଧକ୍ଷ, ବୁଗୁଡା଼ ବ୍ଲକ ଅଧକ୍ଷା, ଉପାଦକ୍ଷ, ପୋଲସରା ବ୍ଲକ ଅଧକ୍ଷ, ଉପାଦକ୍ଷା, ସମସ୍ତ ଜିଲ୍ଲା ପରିଷଦ, ଓଡ଼ିଆ ସିନେମା ଜଗତର ଅଭିନେତା, ଅଭିନେତ୍ରୀ, ବୁଦ୍ଧଖୋଲ ମହୋତ୍ସବର କମିଟି ବୃନ୍ଦ ତଥା ବହୁ ମାନ୍ୟଗଣ ବ୍ୟକ୍ତି ଉପସ୍ଥିତ ଥିଲେ ।

ରିପୋର୍ଟ : ଜିଲ୍ଳା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା