ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନ ପକ୍ଷରୁ ସ୍ମୃତିଚାରଣ ସଭା…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଦକ୍ଷିଣ ଓଡ଼ିଶାର ଅଗ୍ରଣୀ ସାହିତ୍ୟ, ସାଂସ୍କୃତିକ ଅନୁଷ୍ଠାନ ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନ ପକ୍ଷରୁ ଇତିମଧ୍ୟରେ ପରଲୋକ ହୋଇଯାଇଥିବା ଭାରତ ବର୍ଷ ତଥା ରାଜ୍ୟର ୬ ଜଣ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ନବୀନ ଭବନ ଠାରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠାନର ସଭାପତି ରବି ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଶ୍ରୀ ରଥ ଖୋର୍ଦ୍ଧା ନିକଟସ୍ଥ ଅଠାରଙ୍ଗ ଗ୍ରାମର ଭାରତୀୟ ସୈନ୍ୟ ବାହିନୀରେ କାର୍ଯ୍ୟରତ ପଦାଧିକାରୀ ସନ୍ତ୍ରାସବାଦୀଙ୍କ ଗୁଳିରେ ଶହୀଦ ହୋଇଥିବା ହେମନ୍ତ ପଣ୍ଡା, ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ସମାଜବାଦୀ ନେତା ଜଜ୍‌ ଫର୍ଣ୍ଣାଡିଜ୍‌, କେନ୍ଦ୍ର ଓ ରାଜ୍ୟର ପୂର୍ବତନ ମନ୍ତ୍ରୀ ତଥା ଆଦିବାସୀ ନେତା ଚୈତନ୍ୟ ପ୍ରସାଦ ମାଝୀ, ବିଶିଷ୍ଟ ନାଟ୍ୟକାର ରାମଚନ୍ଦ୍ର ପ୍ରତିହାରୀ, ବରିଷ୍ଠ ପଦାଧିକାରୀ ତଥା କଣ୍ଠଶିଳ୍ପୀ ଅର୍ଜୁନ ଚରଣ ସାମଲ, ଦୂରଦର୍ଶନର ସମ୍ବାଦ ପାଠକ ସୁବୋଧ ନାୟକଙ୍କ ସମ୍ପର୍କରେ ଆଲୋକପାତ କରିବା ସହ ଅମର ଆତ୍ମାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇ ଭାରତ ବର୍ଷ ତଥା ଓଡ଼ିଶାର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ କରି ଯାଇଥିବା ବ୍ୟକ୍ତିଙ୍କ ପରଲୋକରେ ଅପୂରଣୀୟ କ୍ଷତି ଘଟିଲା ବୋଲି କହିଥିଲେ । ପ୍ରଥମେ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଡ଼ା. ଚନ୍ଦ୍ରମଣି ସ୍ୱାଇଁ, ଡ଼ା. ଶ୍ରୀବତ୍ସ ଦଳାଇ, ସୁଶାନ୍ତ କର, ସମ୍ପାଦକ କପିଳ ଚନ୍ଦ୍ର
ମହାନ୍ତି, ପବିତ୍ର ଚୌଧୁରୀ, ମଞ୍ଜୁ ରଥ, ବିକାଶ ମଞ୍ଚର ଉପଦେଷ୍ଟା ଶିବ ପ୍ରସାଦ ମିଶ୍ର, ସଭାପତି ରାଜେନ୍ଦ୍ର ପଣ୍ଡା, ଡିକାଲ କର୍ମଚାରୀ ସଂଘ ନେତା ସୁକାନ୍ତ ମୁଖି, ଇଂ. ରାଜ କିଶୋର ଷଡ଼ଙ୍ଗୀ, ସାମ୍ବାଦିକ ସୂର୍ଯ୍ୟ ନାରାୟଣ ବେହେରା, ପ୍ରଦୀପ କର, ଜ୍ୟୋତ୍ସ୍ନା ମହାନ୍ତି, ଜ୍ୟୋତ୍ସ୍ନାରାଣୀ ସ୍ୱାଇଁ, ଜ୍ୟୋତ୍ସ୍ନାରାଣୀ ପଣ୍ଡା ପ୍ରମୁଖ ବହୁ ସାହିତି୍ୟକ, କବି, ଲେଖକ ଯୋଗଦେଇ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

ରିପୋର୍ଟ : ଜିଲ୍ଳା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା ଓ ରବି ରଥ