କୃଷକ ଦକ୍ଷତା ଓ ବିହନ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ…

ଜଳେଶ୍ଵର/ବାଲିଆପାଳ (ସମୃଦ୍ଧ ଓଡିଶା) କୃଷି ଓ କୃଷକର ଉନ୍ନତି ରେ ଦେଶର ଉନ୍ନତି  ହୋଇଥାଏ । ମାତ୍ର ଜଳବାୟୁ ଓ ତାପମାତ୍ରାର ପରିବର୍ତନ ପାଇଁ ଚାଷୀ ଓ ଚାଷ ପ୍ରଭାବିତ ହେଉଛନ୍ତି, ଯାହା ପାଇଁ ଖର୍ଚ୍ଚ ତୁଳନାରେ ଚାଷୀ ଲାଭବାନ ହୋଇ ନପାରି ଚାଷରୁ ମୁହଁ ଫେରାଇ ନେଉଛି । ତେଣୁ ଚାଷୀଙ୍କୁ ଅଧିକ ସଶକ୍ତି କରଣ କରିବା ପାଇଁ ବାଲିଆପାଳ ବ୍ଲକ ଦେଭୋଗ  ପଂଚାୟତରେ କୃପାଜଳ ମହିଳା ସଂଗଠନ ଓ ଗ୍ରାମ୍ୟ ବିହନ ଭଣ୍ଡାର ଆନୁକୂଲ୍ୟରେ, କୃଷକ ଦକ୍ଷତା ବୃଦ୍ଧି ଓ ବିହନ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅତିଥି ଭାବେ  ବାଲିଆପାଳ କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ କୃଷି ବୈଜ୍ଞାନିକ ଡ଼.ସୁନୀଲ ମହାପାତ୍ର ଯୋଗ ଦେଇ, ଅନାବଶ୍ୟକ ଭାବେ ରାସାୟନିକ ସାର, କୀଟନାଶକ ବ୍ୟବହାର ନକରି, ବୈଜ୍ଞାନିକ ପଧ୍ୟତିରେ  ମାଟି ପରୀକ୍ଷା କରି ଆବଶ୍ୟକ ମୁତାବକ ଖତ, ଜୈବସାର, ଅଣୁସାରର ବ୍ୟବହାର ଏବଂ ଗୋଟିଏ କ୍ଷେତରେ ଗୋଟିଏ ପ୍ରକାର ଚାଷ ନକରି, ପର୍ଯ୍ୟାୟକ୍ରମେ, ଧାନ, ମୁଗ, ବିରି, ହରଡ଼, ଚିନାବାଦାମ, ସୂର୍ଯ୍ୟମୁଖୀ, ଇତ୍ୟାଦି ଚାଷ କରିବା ପାଇଁ କହିଥିଲେ । ଯାହାଦ୍ୱାରା ଜମିର ଉର୍ବରତା ବଢିବା ସହିତ ରୋଗ, ପୋକ କମ ଲାଗିବ । ଯାହା ଦ୍ୱାରା ଚାଷୀ ମାନେ ଅଧିକରୁ ଅଧିକ ଲାଭବାନ ହେବ ସହିତ ଚାଷପ୍ରତି ଆକୃଷ୍ଟ ହେବେ । ଏହି ଅବସରରେ ଚାଷୀମାନଙ୍କୁ ବିଭନ୍ନ କିସମର ବିହନ ଓ ଅଣୁସାର ବଣ୍ଟନ କରା ଯାଇଥିଲା । ଅନ୍ୟମାନଙ୍କ ଭିତରେ ଗ୍ରାମ୍ୟ କୃଷି କର୍ମୀ ବନ୍ଦନା ଗିରି, ଆଇ.ସି.ଏ.ଆର.ଡ଼ି.ଏ,ର ଜିଲା  ଅଧିକାରିଣୀ ଶ୍ରଦ୍ଧାଞ୍ଜଳି ମହାପାତ୍ର ଓ ବ୍ଲକ ଅଧିକାରିଣୀ ସନ୍ଧ୍ୟାରାଣୀ ଦାସ, କୃପାଜଳ ମହିଳା ସଂଗଠନ ସମସ୍ତ ସଦସ୍ୟା ମାନେ ଉପସ୍ଥିତ ଥିଲେ ।