ଓଡିଶା କୃଷକ ସଭା, ସିଟୁ, କ୍ଷେତ ମୁଲିଆ ସଂଗଠନ ପକ୍ଷରୁ ଦେଶବ୍ୟାପୀ ପ୍ରତିବାଦ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ଦିଲ୍ଲୀରେ ସଂଘର୍ଷରତ କୃଷକମାନଙ୍କ ଆନ୍ଦୋଳନ ପ୍ରତି ସଂହତି ଜଣାଇ ବ୍ରହ୍ମପୁର ସ୍ଥିତ କାମାପଲ୍ଲୀ ଛକରେ ଓଡିଶା କୃଷକ ସଭା, ସିଟୁ, କ୍ଷେତ ମୁଲିଆ ସଂଗଠନ ପକ୍ଷରୁ ପ୍ରତିବାଦ ଆନ୍ଦୋଳନ ସଂଗଠିତ ହୋଇଯାଇଛି । ଦିଲ୍ଲୀରେ ସଂଘର୍ଷ ରତ କୃଷକ ମାନଙ୍କର ଆନ୍ଦୋଳନକୁ ଦମନ କରିବା ବନ୍ଦ କର, ମୋଦି ସରକାରଙ୍କ କୃଷି ଓ କୃଷକ ସର୍ବନାଶ କାରୀ କୃଷି ଆଇନ ୨୦୨୦ ପ୍ରତ୍ୟାହାର, କୃଷକ ଓ ଜନବିରୋଧୀ ନୂତନ ବିଦ୍ୟୁତ ଆଇନ ରଦ୍ଦ କର, କୃଷି କ୍ଷେତ୍ରରୁ କର୍ପୋରେଟ ହଟାଅ, ଅତ୍ୟାବଶ୍ୟକୀୟ ସାମଗ୍ରୀ ସଂଶୋଧନ ଆଇନ ବାତିଲ କର, ପ୍ରାଇଭେଟ ମଣ୍ଡି ଆଇନ ରଦ୍ଦ କର, କୃଷକ ମାନଙ୍କ ଏକ କାଳୀନ ଋଣ ଛାଡ଼ କର ପ୍ରଭୃତି ଦାବି କରାଯାଇଥିଲା । ମୋଦି ସରକାର କୃଷକ ମାନଙ୍କ ଦାବିକୁ ଗ୍ରହଣ କରିବା ପରିବର୍ତ୍ତେ କୃଷକ ଆନ୍ଦୋଳନକୁ ଦମନ କରିବା ପାଇଁ ଷଢ଼ଯନ୍ତ୍ର ଚଲାଇଛନ୍ତି ବୋଲି ପ୍ରତିବାଦ ସ୍ଥଳରେ ଦୃଢ ନିନ୍ଦା କରାଯାଇଛି । କୃଷକମାନଙ୍କ ନ୍ୟାର୍ଯ୍ୟ ଦାବିକୁ ସରକାର ତୁରନ୍ତ ଗ୍ରହଣ କରିବାକୁ ଦାବି କରାଯାଇଛି । ଆଜିର ଏହି ଆନ୍ଦୋଳନ କାର୍ଯ୍ୟକ୍ରମରେ ବସନ୍ତ ନନ୍ଦ, ଗୋପାଳ ପାଣିଗ୍ରାହୀ, ଯୁଧିଷ୍ଠିର ବେହେରା, ପ୍ରତାପ ଚୌଧୁରୀ, ଶିବ ପ୍ରସାଦ ମହାପାତ୍ର, ବାବୁଲା ନାୟକ, କେଶବ ଗୌଡ଼, ଲୋକନାଥ ଖୁଣ୍ଟିଆ, ପଞ୍ଚାନନ ଜେନା, ଯୁଧିଷ୍ଠିର ସାହୁ, କୃଷ୍ଣ ନାୟକ, ଚିଟିବାବୁ, ପୁରୁଷୋତ୍ତମ ସାହୁ, ଶିଶିର ବେହେରା ପ୍ରମୁଖ ନେତୃତ୍ୱ ନେଇଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା