ଦିବ୍ୟାଙ୍ଗମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ନିମନ୍ତେ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ…

ଛତ୍ରପୁର (ସମୃଦ୍ଧ ଓଡିଶା) ଦିବ୍ୟାଙ୍ଗମାନଙ୍କ ବିଭିନ୍ନ ସମସ୍ୟା ନେଇ ଗୁରୁବାର ମୁକ୍ତ ଆକାଶ ଓ ଓଡିଶା ସର୍ଭିସ୍ ସେଣ୍ଟର ଫର ଦି ବ୍ଲାଇଣ୍ଡ ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁାଲଙ୍ଗେଙ୍କୁ ସାକ୍ଷାତ କରି ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି । କୋଭିଡ୍ -୧୯ ପାଇଁ ଆଜି ସାରା ବିଶ୍ୱ ପ୍ରଭାବିତ ହୋଇଛି । ଏଥି ମଧ୍ୟରେ ଦିବ୍ୟାଙ୍ଗ ସମାଜ ସବୁଠାରୁ ବହୁ ମାତ୍ରାରେ ପ୍ରଭାବିତ ହୋଇଛି । ଲକଡାଉନ, ସଟଡାଉନ, ଜନତା କର୍ଫ୍ୟୂରେ ଦିର୍ବାଙ୍ଗମାନେ ବିଶେଷ ଭାବେ ପ୍ରଭାବିତ ହୋଇଛନ୍ତି । ସୂଚନା ଯେ କୋଭିଡ-୧୯ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଦିବ୍ୟାଙ୍ଗ ମାନଙ୍କୁ ପ୍ରଦାନ କରିବା, ଦିବ୍ୟାଙ୍ଗ ମାନଙ୍କ ଜୀବିକା ନିମନ୍ତେ ଆର୍ଥିକ ସହାୟତା ପ୍ରଦାନ କରିବା, ଦିବ୍ୟାଙ୍ଗ ମାନଙ୍କୁ କୋଭିଡ-୧୯ ସମୟରେ ମାଗଣାରେ ଶିକ୍ଷା ପ୍ରଦାନ କରିବା, ଦିବ୍ୟାଙ୍ଗ ମାନଙ୍କ ଭତ୍ତା ୧୦୦୦ଟଙ୍କାକୁ ବୃଦ୍ଧି କରିବା, ଦିବ୍ୟାଙ୍ଗ ମାନଙ୍କୁ ମାଗଣାରେ ଡିଜିଟାଲ ଉପକରଣ ପ୍ରଦାନ କରିବା, ସାଂସ୍କୃତିକ କାର୍ଯ୍ୟକ୍ରମରେ ଦିବ୍ୟାଙ୍ଗ ମାନଙ୍କୁ ଅନୁମତି ପ୍ରଦାନ କରିବା ଦାବୀପତ୍ରରେ ଉଲ୍ଲେଖ କରାଯାଇଛି । ଏହି ଦାବୀ ପତ୍ର ପ୍ରଦାନ ବେଳେ ମୁକ୍ତ ଆକାଶର ସଭାପତି ନିରଞ୍ଜନ ବାଡତ୍ୟା, ସଂପାଦକ କାହ୍ନା ମହାପାତ୍ର, ଓଡିଶା ସର୍ଭିସ୍ ସେଣ୍ଟର ଫର ଦି ବ୍ଲାଇଣ୍ଡର ସଂପାଦକ ଭବାନି ଶଙ୍କର ପାଢୀଙ୍କ ସମେତ ବହୁ ଦିବ୍ୟାଙ୍ଗମାନେ ଉପସ୍ଥିତ ରହିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା