ଏସ.ୟୁ.ଯେ ଗଜପତି ତରଫରୁ ହୋଲି ପର୍ବ ପାଳିତ…

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଆଜି ଗଜପତି ଜିଲ୍ଲା ଏସ.ୟୁ.ଯେ ସଂଘ ତରଫରୁ ରଙ୍ଗର ପର୍ବ ହୋଲି ଏକ ନିଆରା ଭାବରେ ପାଳନ କରାଯାଇଛି । ଏହାସହ ଗଜପତି ଜିଲ୍ଲା ଗୁମା ବ୍ଲକ ଅନ୍ତର୍ଗତ ଆମ୍ବାଜିରି ଜଳପ୍ରପାତ ଠାରେ ଥିବା ଜଙ୍ଗଲରେ ବଣ ଭୋଜିର ଆୟୋଜନ କରାଯାଇଥିଲା । ସାରା ବିଶ୍ୱରେ କରନା ଭାଇରସ ଚାଲିଥିବା ଦୃଷ୍ଟିରେ ରଖି ଚାଇନା ରଙ୍ଗକୁ ବାଦ ଦେଇ ଭାରତରେ ତିଆରି ହୋଇଥିବା ରଙ୍ଗ ବ୍ୟବହାର କରି ରଙ୍ଗ ପର୍ବ ପାଳିତ କରିଥିବା ଜଣାପଡ଼ିଛି । ଏହି ରଙ୍ଗ ଖେଳରେ ଏସ. ୟୁ .ଯେର ସଭାପତି ଗରୁଡ଼ ଚୌଧିରି, ଉପସଭାପତି ତାରିଣୀ ପ୍ରସାଦ ପଣ୍ଡା, ସମ୍ପାଦକ ରଶ୍ମିରଞ୍ଜନ ମିଶ୍ର, ସହସମ୍ପାଦକ କୃଷ୍ଣ କୁମାର ବେହେରା, ବରିଷ୍ଠ ସାମ୍ବାଦିକ ଗଣେଷ ରାଜୁ, ଶିଶିର ଗୌଡ଼ ପ୍ରମୁଖ ପରିଚାଳନା କରିଥିଲେ ।

ରିପୋର୍ଟ : କୃଷ୍ଣ କୁମାର ବେହେରା