ଏସକର୍ଡ଼ ଓ ସମୃଦ୍ଧ ଓଡିଶା ପକ୍ଷରୁ ସମାଜସେବୀ ମଦର ଟେରେସାଙ୍କ ୧୨୩ତମ ଜନ୍ମ ଦିବସ ପାଳନ : ୫ଜଣ ବିଶିଷ୍ଠ ବ୍ୟକ୍ତି ସମ୍ମାନୀତ

ବ୍ରହ୍ମପୁର(ସମୃଦ୍ଧ ଓଡିଶା) ଅଗ୍ରଣୀ ସ୍ଵେଚ୍ଛାସେବୀ ସଙ୍ଗଠନ ‘ଏସ୍କାର୍ଡ଼’ ଓ ‘ସମୃଦ୍ଧ ଓଡିଶା’ ପକ୍ଷରୁ ବିଶ୍ୱ ବିଦିତ ସମାଜସେବୀ ମଦର ଟେରେସାଙ୍କ ୧୨୩ତମ ଜନ୍ମ ଦିବସ ମହାସମାରୋହରେ ପାଳନ ହୋଇ ଯାଇଛି I ଏହି ଅବସରରେ ସହରର ବହୁ ବିଶିଷ୍ଟ ବ୍ୟକ୍ତି ମାନେ ଯୋଗଦେଇ ପ୍ରଥମେ ପ୍ରଦୀପ ପ୍ରଜ୍ଜଳନ କରି ସଭାକାର୍ଯ୍ୟ ଆରମ୍ଭ କରିଥିଲେ I ସମାଜସେବୀ ମଦର ଟେରେସା , କର୍ମବୀର ବୃନ୍ଦାବନ ନାୟକଙ୍କ ସମାଜସେବା ପ୍ରତି ତାଙ୍କ ଅବଦାନ ସମ୍ପର୍କରେ କିଛି ଉଦାହରଣ ଉପସ୍ଥାପନ କରି ତାଙ୍କରି ପଥ ଅନୁକରଣ କରିବାକୁ ପରାମର୍ଶ ଦେଇଥିଲେ I ଜିଲ୍ଳାର ଦୁଇ ଜଣ ସାମ୍ବାଦିକ ଚିରଞ୍ଜିବୀ ରାଜଗୁରୁ ଓ ଜଗନମୋହନ ମହାପାତ୍ରଙ୍କ ଅକାଳ ମୃତ୍ୟୁ ହୋଇ ଥିବାରୁ ତାଙ୍କ ଆମର ଆତ୍ମାର ସଦଗତି ନିମନ୍ତେ ସମସ୍ତେ ଦଣ୍ଡାୟମାନ ହୋଇ ଦୁଇ ମିନିଟ ନିରବ ପ୍ରାର୍ଥନା କରିଥିଲେ I ବ୍ରହ୍ମପୁର ହିଲପାଟଣା ସ୍ଥିତ ଏସଏମଆଇଟି ସଭା ଗୃହରେ ଅନୁଷ୍ଠିତ ଏହି ସମାରୋହରେ ୫ଜଣ ବିଶିଷ୍ଠ ବ୍ୟକ୍ତିଙ୍କୁ ସମ୍ମାନୀତ କରାଯାଇଥିଲା I ସେମାନେ ହେଲେ ରାଜ୍ୟ ଆଇନଜୀବୀ ପରିଷଦ ନିର୍ବାଚନରେ ବିପୁଳ ସଫଳତା ପାଇଥିବା ବ୍ରହ୍ମପୁର ଜିଲ୍ଳା କୋର୍ଟର ଆଇନଜୀବୀ ଶ୍ରୀ ପିତବାସ ପଣ୍ଡା, ରାଜ୍ୟ ସ୍ତରୀୟ ଉତ୍ତମ ସଙ୍ଗଠନ ପାଇଁ ସମ୍ମାନୀତ ହୋଇଥିବା ବେଳେ ଫ୍ରେଣ୍ଡସ ୱେଲଫର କ୍ଳବର ପ୍ରତିଷ୍ଠାତା ଶ୍ରୀ ଏ.ଲକ୍ଷ୍ମୀନାରାୟଣା ସେ ନିଜେ ସରକାରଙ୍କ ରକ୍ତ ଭଣ୍ଡାରକୁ ୩୫ଥର ରକ୍ତ ଦାନ କରିଥିବା ସହ ୨୭ଥର ରକ୍ତଦାନ କେନ୍ଦ୍ର ସଙ୍ଗଠିତ କରିବା ଓ ସରକାରଙ୍କ ଚକ୍ଷୁ ଭଣ୍ଡାରକୁ ୭୧ଜଣଙ୍କ ଚକ୍ଷୁ ଦାନ କରାଇଥିବା ଯୋଗୁଁ ତାଙ୍କୁ ସମ୍ମାନିତ କରାଯାଇଛି I ଆଉ ମଧ୍ୟ ହିଞ୍ଜିଳିକାଟୁ ଏନ ଏ ସି ର ପୂର୍ବତନ କାଉନସିଲର ସମାଜସେବୀ କିରଣ କୁମାର ପଟ୍ଟନାୟକ ୧୧୬ ଥର ରକ୍ତଦାନ କରିଥିବାରୁ ତାଙ୍କୁ ସମ୍ମାନୀତ କରାଯାଇ ଥିବା ବେଳେ ପୂର୍ବତନ ମନ୍ତ୍ରୀ କର୍ମବୀର ବୃନ୍ଦାବନ ନାୟକଙ୍କ ସ୍ଵପ୍ନ ‘ଏସଏମଆଇଟି’ ଅନୁଷ୍ଠାନକୁ ସାକାର କରିଥିବା ଅନୁଷ୍ଠାନର ସଭାପତିଙ୍କ ବ୍ୟକ୍ତିଗତ ସଚିବ ଶ୍ରୀ ରବି ପଟ୍ଟନାୟକଙ୍କୁ ତାଙ୍କ କାର୍ଯ୍ୟଦକ୍ଷତାକୁ ନେଇ ପ୍ରଶଂସା କରାଯାଇ ସମ୍ମାନୀତ କରାଯାଇଥିଲା I ଅନ୍ୟପକ୍ଷରେ ଆନ୍ଧ୍ରପ୍ରଦେଶ ରାଜ୍ୟରେ ଓଡ଼ିଆ ବ୍ରାହ୍ମଣ ସମାଜ ସଙ୍ଗଠନ କରି ବ୍ରାହ୍ମଣମାନଙ୍କୁ ଉତ୍ତମ ସେବା ଯୋଗାଉ ଥିବା ଆନ୍ଧ୍ରପ୍ରଦେଶ ଓଡ଼ିଆ ବ୍ରାହ୍ମଣ ସମାଜର ସଭାପତି ଶ୍ରୀ ଶିବାଜୀ ପାଣିଗ୍ରାହୀଙ୍କୁ ସମ୍ମାନୀତ କରାଯାଇଥିଲା I ସମାଜସେବୀ ମଦର ଟେରେସାଙ୍କ ୧୨୩ତମ ଜନ୍ମ ଦିବସ ଓ ଫ୍ରେଣ୍ଡସ ୱେଲଫର କ୍ଳବର ପ୍ରତିଷ୍ଠାତା ତଥା ସମାଜସେବୀ ଶ୍ରୀ ଏ.ଲକ୍ଷ୍ମୀନାରାୟଣାଙ୍କ ଜନ୍ମ ଦିବସ ଆଜି ହୋଇଥିବାରୁ ଉପସ୍ଥିତ ସଭ୍ୟମାନେ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ I ଏହି ସଭାରେ ଏସ ଏମ ଆଇ ଟି ଅଧ୍ୟକ୍ଷ ଡ଼ଃ ଭଗବାନ ଗନ୍ତାୟତ ପୌରାହିତ୍ୟ କରି ସମାଜସେବୀ ମଦର ଟେରସା ଓ କର୍ମବୀର ବୃନ୍ଦାବନ ନାୟକଙ୍କ ସମାଜସେବା ଉପରେ ସମ୍ୟକ ସୂଚନା ଦେବା ସହ ସମାଜସେବୀ ଏ.ଲକ୍ଷ୍ମୀନାରାୟଣାଙ୍କ ଜନ୍ମ ଦିବସରେ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ ଏବଂ ଏଭଳି ଏକ ସାମାଜିକ ସମାବେଶ କରାଯାଇ ଥିବାରୁ ଅନୁଷ୍ଠାନକୁ ଧନ୍ୟବାଦ ଦେବା ସହ ଉଦ୍ୟକ୍ତ ମାନଙ୍କୁ କୃତଜ୍ଞତା ଜଣାଇଥିଲେ I ଦୈନିକ ଆଶା ଓ ମା ତାରାତାରିଣୀ ଉନ୍ନୟନ ବୋର୍ଡ ସମ୍ପାଦକ ମୁଖ୍ୟବକ୍ତା ପ୍ରମୋଦ କୁମାର ପଣ୍ଡା ସାମାଜିକ ବ୍ୟକ୍ତି ମାନଙ୍କୁ ସ୍ୱାଗତ ଜଣାଇବା ସହ ସମସ୍ତ ଉଦ୍ୟକ୍ତଙ୍କୁ ଏଭଳି କାର୍ଯ୍ୟ ସମ୍ପାଦନ ପାଇଁ ଭୁୟସୀ ପ୍ରଶଂସା କରିଥିଲେ I ସ୍ଵେଚ୍ଛାସେବୀ ସଙ୍ଗଠନ ‘ଏସ୍କାର୍ଡ଼’ ଓ ‘ସମୃଦ୍ଧ ଓଡିଶା’ ର ସମ୍ପାଦକ ଆଡଭୋକେଟ ସୁଧୀର କୁମାର ପଟ୍ଟନାୟକ ସଭା ପରିଚାଳନା କରିଥିଲେ I ଫ୍ରେଣ୍ଡସ ୱେଲଫର କ୍ଳବର ସଭାପତି ବି ଶ୍ରୀନିବାସ , ପୂର୍ବତନ ସଭାପତି ଭେଙ୍କଟେରାଓ , ପୂର୍ବତନ ସମ୍ପାଦକ ଅରବିନ୍ଦ ବେଶୀ ବେହେରା , ଦୁର୍ଗାପ୍ରସାଦ , ପ୍ରଧାନ ଶିକ୍ଷକ ସୁବାସ ବେହେରା , ବ୍ରହ୍ମପୁର ସବରେଜିଷ୍ଟାର କର୍କ ପ୍ରଭାତ ପଟ୍ଟନାୟକ , ପ୍ରଶାନ୍ତ କୁମାର ଚୌଧୁରୀ , ସାମ୍ବାଦିକ ରଜତ କୁମାର ପଟ୍ଟନାୟକ , ଆଡ଼ଭୋକେଟ ରମେଶ ଚନ୍ଦ୍ର ପ୍ରଧାନ, ରାମ ଚନ୍ଦ୍ର ପାଣିଗ୍ରାହୀ ପ୍ରମୁଖ ପୁର୍ଣ ସହଯୋଗ କରିଥିଲେ I

ରିପୋର୍ଟ : ରଜତ ପଟ୍ଟନାୟକ