ଚନ୍ଦ୍ରୟାନ-୩ ଲ୍ୟାଣ୍ଡର ସଫଳ ଅବତରଣ: ଏକତା ଟ୍ରଷ୍ଟର ମିଷ୍ଟାନ୍ନ ବଣ୍ଟନ

ଭୁବନେଶ୍ୱର(ସମୃଦ୍ଧ ଓଡିଶା)ଉତ୍କଳ ଏରୋ ସ୍ପେସ ଇଞ୍ଜିନିୟରିଂ ମହାବିଦ୍ୟାଳୟ ଓ ଏକତା ଟ୍ରଷ୍ଟର ମିଳିତ ଆନୁକୂଲ୍ୟରେ ଇସ୍ରୋର ଚନ୍ଦ୍ରୟାନ – ୩ ସଫଳତା ସହ ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ଅବତରଣ ଓ ସଫଳତା ସହ ଲ୍ୟାଣ୍ଡର ଓହ୍ଲାଇବା ଏବଂ ଏହି ଅଭିଯାନରେ ଭାରତ ସର୍ବ ଶ୍ରେଷ୍ଠ ହୋଇଥିବାରୁ ଇସ୍ରୋ ବୈଜ୍ଞାନିକ ଓ ସହଯୋଗୀଙ୍କୁ କୃତଜ୍ଞତା ଜଣାଇବା ସହ ଭାରତ ବର୍ଷର ଶହେ ଚାଳିଶି କୋଟି ନାଗରିକଙ୍କୁ ମଧ୍ୟ ଗର୍ବ ଅନୁଭବ କରିବା ଲାଗି ଦର୍ଶାଇ ଥିଲେ ଏକତା ଟ୍ରଷ୍ଟର ଅଧ୍ୟକ୍ଷ ଇଂ ଦିପ୍ତୀ ରେଖା ପଟ୍ଟନାୟକ ଏବଂ ଏହି ଅବସରରେ ଛାତ୍ରଛାତ୍ରୀଙ୍କ ସହ ସଫଳତା ପର୍ବ ପାଳନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ୨୦୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀଙ୍କ ସମେତ ମହାବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟତ୍ରୀ ସକ୍ରିୟ ଅଂଶଗ୍ରହଣ କରିଥିଲେ । ଉକ୍ତ ବିଜୟ ଉତ୍ସବ ପାଳନ ଅବସରରେ ଏକତା ଟ୍ରଷ୍ଟ ପରିଚାଳନା ମୂଖ୍ୟ ଟ୍ରଷ୍ଟି ରବି ମହାରଣା ଛାତ୍ରଛାତ୍ରୀମାନଙ୍କୁ ଏରୋ ସ୍ପେସ ବୈଜ୍ଞାନିକ ହେବା ଲାଗି ପ୍ରେରଣା ଦେଇଥିଲେ। ସର୍ବଶେଷରେ ଟ୍ରଷ୍ଟର ସଦସ୍ୟ ବବିତା ଜେନା, ସସ୍ମିତା ପରିଡା, ରଶ୍ମିତା ପଣ୍ଡା ଓ ଦିବ୍ୟ ଭାରତୀ ଜେନା ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ମିଷ୍ଟାନ୍ନ ବଣ୍ଟନ କରି ଉତ୍ସାହିତ କରିଥିଲେ।

ରିପୋର୍ଟ : ରଜତ କୁମାର ମହାପାତ୍ର