ସେବା ସାମାଜିକ ସଂଗଠନ ଓ ଏକତା ଟ୍ରଷ୍ଟର ମିଳିତ ଭାବେ ମହିଳା ସଶକ୍ତିକରଣର ସମୀକ୍ଷା କଲେ

ଭୁବନେଶ୍ୱର(ସମୃଦ୍ଧ ଓଡିଶା)ସେବା ସାମାଜିକ ସଂଗଠନ ଓ ଏକତା ଟ୍ରଷ୍ଟର ମିଳିତ ଭାବେ ମହିଳା ସଶକ୍ତିକରଣର ସାମାଜିକ ସମୀକ୍ଷା ଓ ପ୍ରଶିକ୍ଷଣ କର୍ମଶାଳା କାର୍ଯ୍ୟ ହୀରାକୁଦ ଠାରେ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମରେ ସରକାରଙ୍କର ପ୍ରଚଳନ ହେଉ ଥିବା ସମସ୍ତ ମହିଳା ସଶକ୍ତିକରଣ ଯୋଜନା ପ୍ରସଙ୍ଗରେ ବିସ୍ତୃତ ଆଲୋଚନା କରାଯାଇଥିଲା ଯେଉଁ ଥିରେ ଅନେକ ତ୍ରୁଟି ପରିଲକ୍ଷିତ ହେବା ସହିତ ଏହାର ବିକଳ୍ପ ଆଲୋଚନା କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମରେ ସେବା ସାମାଜିକ ସଂଗଠନର ସଭାପତି ଦୀପକ ପାଣ୍ଡେ, ସମ୍ପାଦକ ସଲିଳ ପଣ୍ଡା, ମଞ୍ଜୁଲତା ପଣ୍ଡା, ସରୋଜିନୀ ବଞ୍ଚ, ମଞ୍ଜୁଲତା ଓରାମ ଉପସ୍ଥିତ ଥିବା ବେଳେ ଏକତା ଟ୍ରଷ୍ଟ ର ଅଧକ୍ଷ ଦିପ୍ତୀରେଖା ପଟ୍ଟନାୟକ, ମୁଖ୍ୟ ଟ୍ରଷ୍ଟି ରବି ମହାରଣା, ସଦ୍ୟସ ତୁଳସୀ ବିଶୋଇ, ରାଜନୀବାଳା ଦାସ, ଦିବ୍ୟ ଭାରତୀ ଜେନା, ରଶ୍ମିତା ପଣ୍ଡା ଓ ବବିତା ଜେନା ଉପସ୍ଥିତ ଥିଲେ l ଏହି କାର୍ଯ୍ୟକ୍ରମରେ ଏକ ହଜାରରୁ ଉର୍ଦ୍ଧ ମହିଳା ଯୋଗଦାନ କରିବା ସହିତ ଆଗାମୀ ଦିନ ପାଇଁ ପ୍ରଶିକ୍ଷଣ ଖସଡ଼ା ପ୍ରସ୍ତୁତ କରାଯାଇ ଥିଲା l

ରିପୋର୍ଟ : ରଜତ କୁମାର ମହାପାତ୍ର