ସ୍ୱତନ୍ତ୍ର ଟ୍ରେନ ଯୋଗେ ବ୍ରହ୍ମପୁର ଷ୍ଟେସନରୁ ସୁରତ ଫେରିଛନ୍ତି ୧୪୩୦ଜଣ ପ୍ରବାସୀ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ସ୍ୱତନ୍ତ୍ର ଟ୍ରେନ ଯୋଗେ ବ୍ରହ୍ମପୁର ଷ୍ଟେସନରୁ ୧୪୩୦ ଜଣ ଓଡ଼ିଆ ପ୍ରବାସୀ ସୁରତ ଫେରିଥିବା ଜଣାପଡିଛି l ଶନିବାର ସନ୍ଧ୍ୟାରେ ବ୍ରହ୍ମପୁର ଷ୍ଟେସନ ସମ୍ମୁଖରେ ଶହ ଶହ ଯାତ୍ରୀ ସୁରତ ଯିବା ପାଇଁ ଛିଡା ହୋଇଥିଲେ l ଷ୍ଟେସନ ପ୍ରବେଶ ପଥରେ ଜଣ ଜଣ କରି ଟିକଟ ଯାଞ୍ଚ କରି ଭିତରକୁ ଛଡାଯାଉଥିଲା l ସେଠାରେ ପୁଣି ପ୍ରତ୍ୟେକଙ୍କ ଥର୍ମାଲ ସ୍କ୍ରିନିଂ କରାଯିବା ପରେ ପ୍ଲlଟ ଫର୍ମକୁ ଯିବା ପାଇଁ ଅନୁମତି ଦିଆଯାଇଥିଲା l ତେବେ କୌଣସି ଯାତ୍ରୀଙ୍କ କରୋନା ଲକ୍ଷଣ ଚିହ୍ନଟ ହୋଇ ନଥିଲା ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ପୋଲିସ ନିୟୋଜିତ କରାଯାଇଥିଲା l ମହାମାରୀ କରୋନା ଭୁତାଣୁ ସଂକ୍ରମଣର ଆତଙ୍କ ଯୋଗୁଁ ଓଡିଶାକୁ ଫେରିଥିବା ପ୍ରବାସୀ ଶ୍ରମିକମାନେ ପୁଣିଥରେ ସୁରତ ଫେରିବା ଆରମ୍ଭ କରି ଦେଇଛନ୍ତି l ଆଜକୁ ଏକ ମାସ ହେବ ଶ୍ରମିକମାନେ ନିଜ ଖର୍ଚ୍ଚରେ ଅଥବା କମ୍ପାନି ସହାୟତାରେ ବସ ଭଡ଼ା କରି କର୍ମସ୍ଥଳକୁ ଫେରୁଛନ୍ତି l ଓଡ଼ିଶାରେ ସେମାନଙ୍କ ପାଇଁ କୌଣସି ରୋଜଗାରର ମାଧ୍ୟମ ନ ଥିବାରୁ ଏବଂ ସେମାନଙ୍କ କୌଣସି ଅନୁସାରେ ପ୍ରତିଷ୍ଠାନ ନଥିବାରୁ ସେମାନେ ଫେରିବାକୁ ବାଧ୍ୟ ହେଉଛନ୍ତି l ଶ୍ରମିକ ମାନେ ବସରେ ଗଲାବେଳେ ନିକଟ ଅତିତରେ ଏକାଧିକ ଦୃଘଟଣା ଘଟି କେତେଜଣଙ୍କ ମୃତ ହୋଇଥିବା ବେଳେ ଆଉ କେତେକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି l ଏଭଳି ସ୍ଥିତିରେ ଶ୍ରମିକଙ୍କ ସୁରକ୍ଷିତ ଯାତ୍ରା ପାଇଁ ଟ୍ରେନ ଚଳାଚଳ ଅନିବାର୍ଯ୍ୟ ହୋଇ ପଡିଥିଲା l ଏପଟେ ଶ୍ରମିକ ସ୍ୱତନ୍ତ୍ର ଚଳାଚଳ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ରେଳ ମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କ୍ରମେ ରେଳ ବିଭାଗ ପକ୍ଷରୁ ଖୋର୍ଦ୍ଧାରୋଡ ଠାରୁ ଅହମ୍ମଵlଦ ଏବଂ ଗାନ୍ଧିଧାମକୁ ୩ଟି ଶ୍ରମିକ ସ୍ୱତନ୍ତ୍ର ଟ୍ରେନ ଚଳାଇବାକୁ ନିଷ୍ପତି ନିଆଯାଇଥିଲା l ଏହି ୩ଟି ଟ୍ରେନ ମଧ୍ୟରୁ ଶନିବାର ରାତ୍ର ପ୍ରଥମ ଟ୍ରେନ ଖୋର୍ଦ୍ଧାରୋଡ ଅହମ୍ମଵlଦ ଟ୍ରେନରେ ୧୪୩୦ ଓଡ଼ିଆ ପ୍ରବାସୀ ମାନଙ୍କୁ ଧରି ଓଡିଶାରୁ ସୁରତ ଅଭିମୁଖେ ବାହାରିଥିଲା l ଗଞ୍ଜାମ ବିଜେପି ପକ୍ଷରୁ ସୁରତ ଯାଉଥିବା ପ୍ରବାସୀ ମାନଙ୍କୁ ମାସ୍କ, ପାଣି, କେକ, ବିସ୍କୁଟ ଆଦି ଖାଦ୍ୟର ବନ୍ଦବୋସ୍ତ କରାଯାଇଥିଲା l ରବିବାର ବ୍ରହ୍ମପୁର ଷ୍ଟେସନରୁ ଦିନ ୧୨ ଟା ୪୦ରେ ପହଂଚିବ l ସେହି ଟ୍ରେନରେ ମଧ୍ୟ ବ୍ରହ୍ମପୁର ଷ୍ଟେସନରୁ ୭00 ରୁ ଅଧିକ ଶ୍ରମିକ ଗୁଜୁରାଟ ଅଭିମୁଖେ ଯାତ୍ରା କରିବେ ବୋଲି ଷ୍ଟେସନ ମେନେଜର ଦୂର୍ଗାପ୍ରସାଦ ବ୍ରହ୍ମl କହିଛନ୍ତି l

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା