ଇନେରହ୍ୱିଲ ଅଫ ଟେକୋନରିଆ ପକ୍ଷରୁ ନବଜୀବନ ଆଶ୍ରମରେ ସଚେତନତା କାର୍ଯ୍ୟକ୍ରମ

ବ୍ରହ୍ମପୂର୍(ସମୃଦ୍ଧ ଓଡିଶା)ଝିଅ ମାନେ ଶିକ୍ଷିତ, ସୁସ୍ଥ,ଆତ୍ମନିର୍ଭରଶୀଳ ଓ ସଚେତନ ରହିଲେ ଏକ ସୁସ୍ଥ ପରିବାର ଓ ସମାଜ ଗଠନ ହୋଇପାରିବ ବୋଲି ଇନେରହ୍ବିଲ ଅଫ ଟେକୋନରିଆ କ୍ଲବ ତରଫରୁ ପବିତ୍ର ଗାନ୍ଧିଜୀ ଓ ଶାସ୍ତ୍ରୀ ଜୟନ୍ତୀ କନିଶି ନିକଟସ୍ଥ ନବଜୀବନ ଆଶ୍ରମରେ ପାଳନ ଅବସରରେ ବାଳିକା ମାନଙ୍କୁ ସ୍ବାସ୍ଥ୍ୟ , ସୁରକ୍ଷା ଓ ଅନ୍ୟାନ୍ୟ ବାଳିକାଙ୍କ ବିକାଶ ହୋଇପାରିବ। ଭଳି ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ ଅବସରରେ କ୍ଲବ ର ସଭାନେତ୍ରୀ ସମାଜସେବୀକା ଶ୍ରୀମତୀ ରାମେଶ୍ବରୀ ନାଦ କାର୍ଯ୍ୟକ୍ରମ କୁ ଅଧ୍ୟକ୍ଷତା କରି ମତବ୍ୟକ୍ତ କରିଥିଲେ।କାର୍ଯ୍ୟ କ୍ରମରେ ମହାନ ସଂଘ ସଭାପତି ସମାଜସେବୀ ଶ୍ରୀ ସୁଶାନ୍ତ କୁମାର ସାବତ, ଆଇନଜୀବୀ ଶ୍ରୀ ପ୍ରଣବ ପଣ୍ଡା, ନବଜୀବନ ଆଶ୍ରମ ସମ୍ପାଦକ ଶ୍ରୀ ସୁଶାନ୍ତ ମହାରଣା, କଲାଞ୍ଜଳି ଅର୍ଟିଷ୍ଟ୍ରୀ ର କୋଷାଧ୍ୟକ୍ଷ ଶ୍ରୀ ଅର୍ଧେନ୍ଦୁ ଶେଖର ପାଣିଗ୍ରାହୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ କ୍ଲବ ର ଏହି କାର୍ଯ୍ୟକ୍ରମ କୁ ପ୍ରସଂସା କରିଥିଲେ। କାର୍ଯ୍ୟକ୍ରମରେ ସମ୍ପାଦିକା ଡ଼କ୍ଟର ସୌଭାଗ୍ୟ ଲଷ୍ମୀପ୍ରିୟଦର୍ଶିନୀ,ଆଇ.ଏସ.ଓ ଅସ୍ମିତା ମହାନ୍ତି,ପୁଷ୍ପଲତା ପାଣିଗ୍ରାହୀ,ସବନା ଦାସ, ରଶ୍ମିତା ଧନରାଜ, , ଓ ସସ୍ମିତା ମିଶ୍ର ,ବଣ୍ଟି ସାହୁ, ଶ୍ରୀଧର ସାହୁ, ୟସବନ୍ତ କୁମାର ପ୍ରଧାନ ପ୍ରମୁଖ ପରିଚନା କରିଥିଲେ। ସମସ୍ତ ବାଳିକା ମାନଙ୍କୁ ପେଡ ବଣ୍ଟନ ସହ ସମସ୍ତ ଅନ୍ତେବାସୀ ଙ୍କୁ ଶୁଖିଲା ଖାଦ୍ୟ ଜିନିଷ ବଣ୍ଟନ କରଜିଥିଲା

ରିପୋର୍ଟ : ସୁଶାନ୍ତ ସାବତ