ବ୍ରହ୍ମପୁର ମହାନଗର ୨୭ନଂ ୱାର୍ଡରେ ସୂଚନା ଓ ପ୍ରସାରଣ ବିଭାଗର ‘ସ୍ଵଚ୍ଛତା ହିଁ ସେଵା’ କାର୍ଯ୍ୟକ୍ରମ

ଛତ୍ରପୁର(ସମୃଦ୍ଧ ଓଡିଶା)ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ସ୍ୱଛଭାରତ କାର୍ଯ୍ୟକ୍ରମ ଆଜି ଅର୍ଥାତ ୧-୧୦-୨୦୨୩ ରିଖରେ ସକାଳ ୧୦ଟା ରୁ ୧୧ଟା ଏକ ଘଣ୍ଟା ବ୍ରହ୍ମପୁର ମହାନଗରର ଗୋସାଇଁନୂଆଁଗାଁର ୱାର୍ଡ ନମ୍ୱର ୨୭ରେ ସଫେଇ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା। ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ବିଭାଗ ତରଫରୁ ଓ ୨୭ନମ୍ୱର ୱାର୍ଡ ବାସିନ୍ଦା ସହ ସାମନ୍ତରା ଏକାଡେମୀ ର ମିଳିତ ଆନୁକୁଲ୍ୟରେ କାର୍ଯ୍ୟକ୍ରମ ହୋଇଥିଲା। ଏହା ଗୋସାଇଁନୂଆଗାଁର ବଡସାହି ନିକଟରୁ ଏକ ଶୋଭାଯାତ୍ରାରେ ଅଞ୍ଚଳ ପରିକ୍ରମା କରି ସହର ସଫା କରିବା ସହ ସ୍ୱଚ୍ଛତା ଏବଂ ସବୁଜତାର ଉପାଦେୟତା ଉପରେ ସଚେତନତା କରାଯାଇଥିଲା। କେସି ହାଇସ୍କୁଲ ଠାରେ ସଫେଇ କରି ଖେଳ ପଡିଆକୁ ପରିଷ୍କାର ପରିଚ୍ଛନ କରି ଏକ ଘଣ୍ଟା ଶ୍ରମ ଦାନ କରାଗଲା।‌ ଏହି ଅବସରରେ ବର୍ଷକୁ ଶହେ ଘଣ୍ଟା ନିଜ ଅଞ୍ଚଳର ସରସସୁନ୍ଦର ପାଇଁ ଶ୍ରମ ଦାନ କରିବାରେ ଶପଥ ପାଠ କରାଗଲା। ବ୍ରହ୍ମପୁର ସହର ସହ ନିଜ ଅଞ୍ଚଳକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା ପାଇଁ ନିଷ୍ପତି ନିଆଯାଇଥିଲା ଏଥିରେ ସ୍ଥାନୀୟ କର୍ପୋରେର୍ଟର ନୀଳକଣ୍ଠ ସାହୁ ସୂଚନା ପ୍ରସାରଣ ବିଭାଗ ର ଆଞ୍ଚଳିକ ନିର୍ଦ୍ଦେଶକ ମନମୋହନ ପାଢ଼ୀ, ସାମନ୍ତରା ଏକାଡେମୀର ଦେବାଶିଷ ସାମନ୍ତରାୟ ଓ ଆଇନଜୀବୀ ଅନନ୍ତ ମହାନ୍ତି, କିଶନ ପଣ୍ଡା, ମହେଶ ସାହୁ, ବାଳକୃଷ୍ଣ ସାମନ୍ତରା, ବିନୋଦ ସିଂ ସମେତ ସାମନ୍ତରା ଏକଡେମୀର ଶତାଧିକ ଶିକ୍ଷାର୍ଥୀ, ବହୁ ସ୍ଥାନୀୟ ଲୋକେ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା