ଆନ୍ଧ୍ରପ୍ରଦେଶରେ ଫସିଛନ୍ତି ଉତ୍ତର ବାଲେଶ୍ୱରର ୨୦ ଦାଦନ:ସହାୟତା ଯୋଗାଇବା ପାଇଁ କଲେ ନିବେଦନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାର ଜଳେଶ୍ୱର ଓ ଭୋଗରାଇ ଅଂଚଳର ବହୁ ବ୍ୟକ୍ତି ଅନ୍ୟ ରାଜ୍ୟରେ ଦାଦନଭାବେ କାର୍ଯ୍ୟ କରିବାକୁ ଯାଇ ଏବେବି ଫସିରହିଥିବା କୁଯାଇଆସୁଛି । ଆନ୍ଧ୍ରପ୍ରଦେଶର କୁରନୋଲ ଜିଲାର ବେଲ୍ଲାରୀ ରୋଡସ୍ଥିତ ରାଜୁଇହର ସେଣ୍ଟାରଠାରେ ଦାଦନ ଶ୍ରମିକ ଭାବେ ଜଳେଶ୍ୱରର ସରସୀଦା, କୋଟସାହି, ଅଲାଲପୁର, ଭାନୁପୁର, ଡିଙ୍ଗାଶୋଳ, ଭୋଗରାଇର ପୁଟିଣା, ଚିରକୁଲା, ହାମୁରିଆ ଗ୍ରାମର ୨୫ଜଣ ଯୁବକ କାର୍ଯ୍ୟ କରିବାକୁ ଯାଇଥିଲେ । କରୋନାର ବିଭିଷିକା ଜାଣିବା ଓ କାରଖାନା ଗୁଡିକ ବନ୍ଦ ହୋଇଯିବାରୁ ସେମାନେ ଘରବାହୁଡା ହେଉଥିବା ବେଳେ ଟ୍ରେନ୍ ଗୁଡିକ ବାତିଲ ହୋଇଥିବାରୁ ସେଠାରେ ଫସି ରହିଛନ୍ତି । ଏହି ୨୦ଜଣ ଦାଦନ ଶ୍ରମିକ କମ୍ପାନୀଠାରୁ ପାରିଶ୍ରମିକ ପାଇନଥିବା ବେଳେ କମ୍ପାନୀ ବନ୍ଦ ହେବା ଓ ସାରାଦେଶରେ ଲକ୍‌ଡାଉନ୍ ହୋଇଥିବାରୁ ସେମାନେ ଭୋକ ଉପାସରେ କାଳାତିପାତ କରୁଛନ୍ତି । ଅଦ୍ୟାବଧି ସେମାନଙ୍କୁ ସ୍ଥାନୀୟ କିମ୍ବା ଓଡିଶା ପ୍ରସାଶନିକ ଅଧିକାରୀଙ୍କ ସହାୟତ ମିଳିନଥିବାରୁ ଅତିଶିଘ୍ର ସହାୟତ ଯୋଗାଇବାକୁ ନିବେଦନ କରିଛନ୍ତି । ଏହାର ମୋବାଇଲ୍ ଭାଇରାଲ ମଧ୍ୟ ହୋଇଛି । ସେହିପରି ହାଇଦ୍ରାବାଦର ବାଲାନଗର ଅନ୍ତର୍ଗତ ରାମାଲୟମ୍ ଟିମ୍ପେଲର ରାଜୁକୋଲନୀରେ କେତେକ ଓଡିଆ ଶ୍ରମିକ ଦୀର୍ଘ ୯ଦିନ ଧରି ରହିଥିବା ଜଣାଯାଇଛି । କମର୍ଦ୍ଦା ଥାନା ଅନ୍ତର୍ଗତ ଦାହୁଣଦା ନିକଟସ୍ଥ ଡେମୁରିଆ ଗାଁର ସପନ କୁମାର ଦାସ ମହାପାତ୍ରଙ୍କ ୬ ପରିବାର ଅଟକି ରହିଥିବା ଜଣାଯାଇଛି । ସେଠାରେ ଜଳେଶ୍ୱରର ଚାଲନ୍ତି ଗାଁର ହରିଶ ମହାନ୍ତିଙ୍କ ସହିତ ୧୧ଜଣ ବହୁ କଷ୍ଟରେ ରହିଥିବା ଜଣାଯାଇଛି ।

ରିପୋର୍ଟ : ଭୂପତି କୁମାର ପରିଡା