ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳିତ : ଭିନ୍ନକ୍ଷମଙ୍କୁ ନିତ୍ୟ ଆବଶ୍ୟକ ସରଞ୍ଜାମ ବଣ୍ଟନ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ବ୍ରହ୍ମପୁର ସିଟି ହସ୍ପିଟାଲ ପାର୍ଶ୍ୱରେ ଥିବା ଜିଲ୍ଲା ଭିନ୍ନକ୍ଷମ ଥଇଥାନ କେନ୍ଦ୍ରରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ରୂପେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ଭିନ୍ନକ୍ଷମଙ୍କୁ ସମାଜର ମୁଖ୍ୟ ସ୍ରୋତରେ ଆଗେଇ ନେବା ପାଇଁ ଆହ୍ଵାନ ଦେଇଥିଲେ । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶୁଭ୍ରାଂଶୁ କୁମାର ମହାରଣାଙ୍କ ତତ୍ତ୍ୱାବଧାନରେ ଜିଲ୍ଲା ଭିନ୍ନକ୍ଷମ ଥଇଥାନ କେନ୍ଦ୍ରର ସମସ୍ତ କର୍ମଚାରୀମାନଙ୍କ ସହାୟତାରେ ଜିଲ୍ଲାପାଳ ୨୭ଟି ତିନି ଚକିଆ ସାଇକେଲ, ୨୦ଟି ହାଇଲ ଚେୟାର, ୧୦ ହଲ ଆଶାବାଡ଼ି, ୧୦ଟି ବ୍ଲାଇଣ୍ଟ ଷ୍ଟିକ୍, ୫ଟି ସ୍ମାର୍ଟ କର୍ଣ, ୫ଟି ଡେଜି ପ୍ଲେୟାର, ୧ଟି ଟାଵଲେଟ ଏବଂ ୨୦ଟି ଶ୍ରବଣ ଯନ୍ତ୍ର ବିଭିନ୍ନ ଭିନ୍ନକ୍ଷମଙ୍କୁ ପ୍ରଦାନ କରିଥିଲେ । ଏହି ଜିଲ୍ଲା ଭିନ୍ନକ୍ଷମ ଥଇଥାନ କେନ୍ଦ୍ର ସହାୟତା ଉନ୍ନତି ଏବଂ ଏଥିରେ ଲୋକ ମାନେ କିପରି ଅଧିକରୁ ଅଧିକ ସୁବିଧା ପାଇପାରିବେ ସେ ନେଇ ଏକ ବୈଠକ ପ୍ରସ୍ତୁତି କରିବା ପାଇଁ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶୁଭ୍ରାଂଶୁ କୁମାର ମହାରଣାଙ୍କୁ ପରାମର୍ଶ ଦେଇଥିଲେ । ଜିଲ୍ଲାପାଳ ଆଜି ଭିନ୍ନକ୍ଷମ ଦିବସ ହୋଇଥିବାରୁ ଭିନ୍ନକ୍ଷମ ଲୋକଙ୍କୁ ନେଇ ଜଗନ୍ନାଥଙ୍କ ଫୋଟୋରେ ପ୍ରଦୀପ ପ୍ରଜ୍ୱଳନ କରିଥିଲେ ଏବଂ ସମାଜରେ ଥିବା ଭିନ୍ନକ୍ଷମ ମାନଙ୍କ ଗତିଵିଧିକୁ ଲକ୍ଷ୍ୟ କରି ସେମାନଙ୍କୁ ପ୍ରଣାମ ଜଣାଇ ବିଭିନ୍ନ ସମସ୍ୟା ଉପରେ ବୁଝିଥିଲେ । ଏଥିସହ ଭିନ୍ନକ୍ଷମଙ୍କୁ ସରକାରଙ୍କ ପକ୍ଷରୁ କିଛି ମିଳୁଥିବା ଆର୍ଥିକ ଟଙ୍କା ଏବଂ ରାସନ ସାମଗ୍ରୀ ମିଳୁଛି କି ନାହିଁ ତାହା ଉପରେ ଆଲୋଚନା କରିଥିଲେ ଓ ଭିନ୍ନକ୍ଷମ ମାନଙ୍କୁ ସମାଜର ମୁଖ୍ୟଶ୍ରତରେ ଆଗେଇ ନେବା ପାଇଁ ଆହ୍ୱାନ ଦେଇଥିଲେ l ଚିକିତ୍ସା ଠିକ ସମୟରେ କରୁଛନ୍ତି କି ନାହିଁ, କୌଣସି ଅସୁବିଧାର ସମ୍ମୁଖିନ ହେଉଛନ୍ତି ଯଦି ଆପଣ ମାନେ ମୋତେ ଜଣାନ୍ତୁ ବୋଲି ବିଜୟ ଅମୃତା କୁଳାଙ୍ଗେ ଉପସ୍ଥିତ ସମସ୍ତ ଭିନ୍ନକ୍ଷମଙ୍କୁ ମତବ୍ୟକ୍ତ ପ୍ରଦାନ କରିବା ସହ ଭିନ୍ନକ୍ଷମ ଚିକିତ୍ସାଳୟର ଉନ୍ନତି ପାଇଁ ଯାହା ଯାହା ଆବଶ୍ୟକ ଅଛି ତାହା ପୂରଣ କରିବା ପାଇଁ ଜିଲ୍ଲାପାଳ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ । ଏଥିରେ ଫିଜିଓଲୋଜିଷ୍ଟ୍ ଅଜିତ କୁମାର ରାଉଳ, ମୁରଲୀ ବେହେରା, ବି.ମାନସ, ପ୍ରଶାନ୍ତ କୁମାର ନାୟକ, ସୁନିତା ସାମନ୍ତରାୟ, ଲୋକନାଥ ନାୟକ, ଭଗବାନ ପ୍ରଧାନ, ହୁରିକେଶ ପଣ୍ଡା ପ୍ରମୁଖ କାଯ୍ୟ ପରିଚାଳନା କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା