୫୦ ଜଣ ଦୃଷ୍ଟିହୀନ ଭିନ୍ନକ୍ଷମଙ୍କୁ ସ୍ମାର୍ଟ ଫୋନ୍ ବଣ୍ଟନ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ୫୦ ଜଣ ଦୃଷ୍ଟିହୀନ ଭିନ୍ନକ୍ଷମଙ୍କୁ ସ୍ମାର୍ଟ ଫୋନ୍ ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ଯୋଗଦେଇ ଦୀପ ପ୍ରଜ୍ଜ୍ଵଳନ କରିବା ସହ ବିଭିନ୍ନ ଜିଲ୍ଲାରୁ ଆସିଥିବା ୫୦ ଜଣ ଦୃଷ୍ଟିହୀନ ଭିନ୍ନକ୍ଷମମାନଙ୍କୁ ସ୍ମାର୍ଟ ଫୋନ୍ ବଣ୍ଟନ କରିଥିଲେ । ସ୍ମାର୍ଟ ଫୋନ୍ ପାଇବାରୁ ଆମେ ଖୁସି ବ୍ୟକ୍ତ କରୁଛୁ ବୋଲି ଅନୁଷ୍ଠାନର ଦିବ୍ୟଙ୍ଗ ଛାତ୍ର ଛାତ୍ରୀ କହିଥିଲେ । ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ମିଲଟନ ଦୃଷ୍ଟିହୀନ ସେବା ପ୍ରତିଷ୍ଠାନଙ୍କୁ ଧନ୍ୟବାଦ ଜ୍ଞାପନ କରିବା ସହ ଉକ୍ତ ପ୍ରତିଷ୍ଠାନର ଥିବା ସମସ୍ୟାକୁ ଅତି ଶୀଘ୍ର ଦୂର ହେବ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ । ଆୟଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଏଏନ୍ ନନ୍ଦ, ପ୍ରଫେସର ରାଜକିଶୋର ସାହୁ, ବିଶ୍ଵବିଦ୍ୟାଳୟର ପ୍ରଫେସର ସାରଦା ପ୍ରସନ୍ନ ରାଉତ, ଶିଡିପିଓ ପୁଷ୍ପାଞ୍ଜଳି ମିଶ୍ର, ୟୁଥ୍ ବିଜେଡିର ଧିରେସ କୁମାର ସାବତ ଯୋଗ ଦେଇଥିଲେ । ଅନୁଷ୍ଠାନର ସଭାପତି ସିଦ୍ଧାର୍ଥ ଶଙ୍କର ରାଉତ ପରିଚାଳନା କରିଥିବା ବେଳେ କୋଷାଧ୍ୟକ୍ଷ ଭାବେ ତୁମ୍ବେଶ୍ୱର୍ ଦଳେଇ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା ସହଯୋଗ କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା