ଆଜି ଆପଣଙ୍କ ଭାଗ୍ୟ

ମେଷ: ନୂତନ ନିଯୁକ୍ତିର ମିଳିବାର ସମ୍ଭାବନା ରହିଛି । ସହକର୍ମୀ ଓ ପରିବାରର ସମସ୍ତ ସଦସ୍ୟ ସାହାଯ୍ୟ ଓ ସହାନୁଭୂତିର ହାତ ବଢ଼ାଇବେ । ବିଦ୍ୟାର୍ଥୀ ଓ କ୍ରୀଡ଼ାବିତ୍ ପରିଶ୍ରମ କରି ଶେଷରେ କୃତକାର୍ଯ୍ୟ ହେବେ।

ବୃଷ: ବାପାମା’ଙ୍କ ଶାରୀରିକ ଅସୁସ୍ଥତା ନେଇ ଚିନ୍ତିତ ହେବେ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ମତଭେଦ ଦେଖାଦେଇପାରେ । ଆୟ ତୁଳନାରେ ବ୍ୟୟ ଅଧିକ ହେବ ଯାହା ଫଳରେ ଧାର କରଜ କରିପାରନ୍ତି।

ମିଥୁନ: ପାରିବାରିକ ସମସ୍ୟାକୁ ନେଇ ମନ ଅସ୍ଥିର ରହିବ। ଯେଉଁମାନଙ୍କୁ ସାହାଯ୍ୟ ସହଯୋଗ କରିଥିଲେ ପରୋକ୍ଷରେ ସେମାନେ ଆପଣଙ୍କ ବିପକ୍ଷରେ ଯିବେ । ସମସ୍ତ କର୍ମରେ ଅଯଥା ବିଳମ୍ବ ଓ ବାଧାବିଘ୍ନ ଦେଖାଦେବ ।

କର୍କଟ: କର୍ମକ୍ଷେତ୍ରରେ ଉଚ୍ଚ ପ୍ରଶଂସିତ ହେବେ ଓ ମହିଳା ସହକର୍ମୀଙ୍କ ସାହାଯ୍ୟ ଓ ସହଯୋଗ ପାଇବେ । ଜୀବନ ସାଥୀର ସହଯୋଗ ପାଇବେ । ଅଚାନକ ଧନପ୍ରାପ୍ତିର ଯୋଗ ରହିଛି । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ ବିଜୟୀ ହେବେ। ସୁସମାଚାର ଶୁଣି ଆନନ୍ଦିତ ହେବେ ।

ସିଂହ: ପୂର୍ବରୁ ଲାଗି ରହିଥିବା ବାଦବିବାଦରେ ଆଶୁ ସମାଧାନ ହୋଇଯିବ। ବାଣିଜ୍ୟ, ବ୍ୟବସାୟରେ ଆୟ ବୃଦ୍ଧି ଘଟିବ କର୍ମକ୍ଷେତ୍ରରେ ଉଚ୍ଚ କର୍ତ୍ତୁପକ୍ଷଙ୍କ ଦ୍ଵାରା ପ୍ରଶଂସିତ ହେବେ । ଶତ୍ରୁମାନେ ପରାଜିତ ହେବେ। ଦେହ ମନ ସୁସ୍ଥ ରହିବ।

କନ୍ୟା: ରାଜନୀତି କ୍ଷେତ୍ରରେ ଲୋକ ସମ୍ପର୍କ ଆତ୍ମସନ୍ତୋଷ ବଢ଼େଇବ । ପଡୋଶୀମାନେ ସମ୍ମୁଖରେ ପ୍ରଶଂସା କରି ପଛରେ ନିନ୍ଦା କରିପାରନ୍ତି । ବାହନରେ କୌଣସି ଜାଗାକୁ ଯାତ୍ରାକଲେ ସତର୍କତା ଅବଲମ୍ବନ କରିବା ଉଚିତ୍ ।

ତୁଳା: ପୁରାତନ ରୋଗ ପ୍ରକୋପର ଉପଶମ ହୋଇ ଶାରୀରିକ ସୁସ୍ଥତା ସହ ମାନସିକ ଶାନ୍ତି ଦେଖାଦେବ । ଜମିବାଡ଼ି ସଂକ୍ରାନ୍ତୀୟ ସମସ୍ୟାର ସମାଧାନ ହେବା ଫଳରେ ବଡ କାମ କରିବାକୁ ଇଚ୍ଛା ଜାଗ୍ରତ ହେବ। ଅଧ୍ୟୟନ, ଅଧ୍ୟାପନା ଓ ଅନୁସନ୍ଧାନ ପରି କାର୍ଯ୍ୟରେ ସଫଳତା ଅର୍ଜନ କରି ଆନନ୍ଦିତ ହେବେ।

ବିଛା: କର୍ମକ୍ଷେତ୍ରରେ ବିଭିନ୍ନ ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ଆତ୍ମୀୟମାନେ ସମାଲୋଚନା କରିପାରନ୍ତି। ଆୟ ତୁଳନାରେ ବ୍ୟୟ ଅଧିକ ହୋଇଯିବ।

ଧନୁ: କୌଣସି ବ୍ୟକ୍ତି ପରୋକ୍ଷରେ ଆକ୍ଷେପ କରିପାରନ୍ତି। ଆନୁଷ୍ଠାନିକ କ୍ଷେତ୍ରରେ ଆକସ୍ମିକ ଭାବରେ ସମ୍ମାନ ପ୍ରାପ୍ତିର ଯୋଗ ରହିଛି।  ଅସାବଧାନତା କାରଣରୁ କୌଣସି ଜିନିଷ ହଜି ଯାଇପାରେ।

ମକର: ବ୍ୟବସାୟୀମାନେ ସ୍ଥଳ ବିଶେଷରେ ବିନା ପରିଶ୍ରମରେ ଅଧିକ ଲାଭ ପାଇବେ । ଧନ ସମ୍ବନ୍ଧୀୟ ମାମଲାରେ ବିବେକ ଦ୍ବାରା ବିଚାର କଲେ ଲାଭ ମିଳିବ । ରାଜନୀତି କ୍ଷେତ୍ରରେ ସମ୍ମାନ ଓ ପ୍ରତିଷ୍ଠା ପାଇ ଅସ୍ଥିରତା ସମ୍ପୂର୍ଣ୍ଣ ଦୂର ହେବ ।

କୁମ୍ଭ: ସାମାଜିକ ପତିଆରା ଅମଳିନ ରହିବ ଓ ଟଙ୍କା ପଇସା ପ୍ରତି ଅତ୍ୟନ୍ତ ସତର୍କ ରହିବାକୁ ପଡିବ । ନିଜର ଯୋଜନା ମୁତାବକ କାମକଲେ କୌଣସି ପ୍ରକାର ଅସୁବିଧା ହେବ ନାହିଁ । ଶିକ୍ଷାକ୍ଷେତ୍ରରେ ଉଚ୍ଚଶ୍ରେଣୀ ପାଇବେ ଓ ନୂତନ ବନ୍ଧୁମିଳନ ହେତୁ ମନଖୁସି ରହିବ।

ମୀନ: ଅଟକି ଥିବା କାମକୁ ପୁଣି ଆରମ୍ଭ କରି ସମ୍ପୂର୍ଣ୍ଣ କରିବେ। ବ୍ୟବସାୟରେ ଆୟ ବୃଦ୍ଧି ଘଟିବ। ପୂର୍ବର ଯୋଜନାକୁ ପରିବର୍ତ୍ତିତ କରି ପ୍ରଶଂସିତ ହେବେ। ବକେୟା ଅର୍ଥ ଆଦାୟ ପାଇଁ ଦିନଟି ଅନୁକୂଳ ରହିବ ।