ବାଲାଲ ଖାନଙ୍କୁ ଜିଲାପାଳଙ୍କ ଅଭିନନ୍ଦନ

ଛତ୍ରପୁର(ସମୃଦ୍ଧ ଓଡିଶା) ଦକ୍ଷିଣ ଏସିଆ ସୁନ୍ଦର ସୁସ୍ଥ ପ୍ରତିଯୋଗିତାରେ ସ୍ଵର୍ଣ ପଦକ ବିଜୟ ହୋଇଥିବା ଶ୍ରୀମାନ ବାଲାଲ ଖାନ ଆଜି ନିଜ ଜନ୍ମ ମାଟି ଛତ୍ରପୁର ଫେରି ଆସି ଛନ୍ତି । ଆଜି ସେ ଫେରିବା ପରେ ସନ୍ଧ୍ୟାରେ ଛତ୍ରପୁରର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣା ଯାଇଥିଲା I ତାହା ସହିତ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରା ଯାଇ ଥିଲା । ଚଳିତ ମାସ ୫ ରୁ ୯ ତାରିଖ ପର୍ଯ୍ୟନ୍ତ ମାଳଦ୍ଵୀପ ଠାରେ ଦକ୍ଷିଣ ଏସିଆ ସୁନ୍ଦର ସୁସ୍ଥ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ସେଥିରେ ୮ ଦେଶଟି ଭାଗ ନେଇଥିଲେ । ୬୫କିଲୋ ବଡିବିଲିଡିଙ୍ଗରେ ଛତ୍ରପୁର ଶ୍ରୀମାନ ବାଲାଲ ଖାନ ଅଂଶଗ୍ରହଣ କରି ସ୍ଵର୍ଣ ପଦକ ଜିତି ଦେଶ ପାଇଁ ଗୌରବ ଆଣିଛନ୍ତି । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ତାଙ୍କୁ ଶୁଭେଛା ଓ ଶୁଭକାମନା ଜଣାଇଛନ୍ତି । ଆଗକୁ ସେପ୍ଟେମ୍ବର ମାସରେ ହେବାକୁ ଥିବା ଏସିଆ ସୁନ୍ଦର ସୁସ୍ଥ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ଏବଂ ଏହାଠାରୁ ଆହୁରି ଭଲ ପ୍ରଦର୍ଶନ ଲକ୍ଷ ରଖିଥିବା କରିଛନ୍ତି ବାଲାଲ ଖାନ। ଛତ୍ରପୁର ବାସୀ ତାଙ୍କୁ ସମସ୍ତେ ଶୁଭେଛା ଜଣାଇଛନ୍ତି।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା