ଆଜିଠୁ ଆରମ୍ଭ ଦ୍ଵିତୀୟ ପର୍ଯ୍ୟାୟ ୨ଦିନିଆ ସଟଡାଉନ : ରାସ୍ତାଘାଟ ଖାଁ ଖାଁ…

ଛତ୍ରପୁର (ସମୃଦ୍ଧ ଓଡିଶା) ଆଜିଠୁ ପୁଣି ଥରେ ଆରମ୍ଭ ହୋଇଛି ଦ୍ଵିତୀୟ ପର୍ଯ୍ୟାୟ ୨ଦିନିଆ ସଟଡାଉନ । ଏଥିପାଇଁ ପୋଲିସ ପକ୍ଷରୁ କଡାକଡି ଯାଞ୍ଚ କରାଯାଉଛି । କୌଣସି ଗୁରୁତ୍ୱପୂର୍ଣ୍ଣ କାମ ନ ଥିଲେ ଘରୁ ବାହାରକୁ ଯିବାକୁ ବାରଣ କରାଯାଇଛି । ସଟଡାଉନ ଯୋଗୁଁ ଛତ୍ରପୁରରେ ରାସ୍ତାଘାଟ ଖାଁ ଖାଁ ହୋଇଯାଇଛି । ଚଳିତ ମାସର ଏହା ହେଉଛି ଦ୍ଵିତୀୟ ପର୍ଯ୍ୟାୟ ସଟଡାଉନ । ଏଥି ଯୋଗୁଁ ଛତ୍ରପୁରରେ ଏନ୍ ଏସ୍ ସି ଅଧିକାରୀ ବୁଲି ବୁଲି ତଦାରଖ କରୁଥିବା ଜଣାପଡିଛି । ଦ୍ଵିତୀୟ ପର୍ଯ୍ୟାୟ ସପ୍ତାହର ସଟଡାଉନ ୧୧ଟି ଜିଲ୍ଲାରେ ଜୁନ୍ ମାସର ସବୁ ଶନିବାର ଓ ରବିବାର ସଟଡାଉନ ରହିବ ବୋଲି ସରକାର ଘୋଷଣା କରିଛନ୍ତି । ତେବେ ଦ୍ଵିତୀୟ ପର୍ଯ୍ୟାୟ ୨ଦିନିଆ ସଟଡାଉନ ନିୟମ ସାମାନ୍ୟ କୋହଳ କରିଛନ୍ତି ଜାତୀୟ ରାଜପଥ କଡ଼ରେ ଢାବା ଗୁଡିକୁ ବାଦ୍ ଦିଆଯାଇଛି ଓ ରାତ୍ରିକାଳୀନ କର୍ଫ୍ୟୁରୁ ମଧ୍ୟ ଜାତୀୟ ରାଜପଥରେ ପାଶ୍ ଢାବାଗୁଡିକୁ ବାଦ୍ ଦିଆଯାଇଛି । ତେବେ ଢାବାରୁ ଖାଦ୍ୟ କେବଳ ପାର୍ସଲ ଆକାରରେ ନେଇ ହେବ ବୋଲି କୁହାଯାଇଛି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା