ମହିଳା ଗୃପ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧୦ ହଜାର ଟଙ୍କା ଦାନ…

ପୋଲସରା (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ପୋଲସରା ଏନ୍.ଏ.ସି ସ୍ଥିତ ପାଟିଗଡ଼ ୧୬ ନମ୍ବର ୱାର୍ଡର ଓଁ ସାଇ ଏରିଆ ଲେବଲ୍ ଫେଡେରେସନ୍ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଶୁକ୍ରବାର ଏକତ୍ରିତ ହୋଇ ପୋଲସରା ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଜରୀଆରେ କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ଏହି ଅର୍ଥ ପ୍ରଦାନ ବେଳେ ପୋଲସରା ନଗର ବିଜେଡ଼ି ଯୁବ ସଭାପତି ଗୋପାଳ କୃଷ୍ଣ ସାହୁ, ଜଗଦୀଶ ରାଉତ, ସୁଶାନ୍ତ କୁମାର ପୋଲେଇ, ବାବୁଲି ପଟ୍ଟନାୟକ, ରତ୍ନାକର ସାହୁ, ରଞ୍ଜନ କୁମାର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା