ସୁଲକ୍ଷଣା ଦେବୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଶିଶୁ ଦିବସ ପାଳିତ …

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ସୁଲକ୍ଷଣା ଦେବୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଆଜି ବୋହୁ ଆଡ଼ମ୍ବର ସହ ଶିଶୁ ଦିବସ ପାଳିତ ହୋଇଯାଇଛି । ଉତ୍ସବରେ ପ୍ରଧାନ ଶିକ୍ଷୟତ୍ରୀ ମିନତି ବେହେରା ଛାତ୍ରୀମାନଙ୍କୁ ଜବାହାରଲାଲ ନେହରୁଙ୍କ ଜୀବନୀ ସମ୍ବଦ୍ଧରେ ଆଲୋକପାତ କରିବା ସହ ଛାତ୍ରୀମାନଙ୍କୁ ସୁଭାଶିଷ ପ୍ରଦାନ କରିଥିଲେ । ଏହି ଅବସରେ ବିଭିନ୍ନ ଶ୍ରେଣୀର ଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ କରିଥିଲେ । ବିଦ୍ୟାଳୟରେ ହୋଇଥିବା ବିଜ୍ଞାନ ପଦର୍ଶନିରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା ।  ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଓ  ଶିକ୍ଷକ ଶିକ୍ଷୟତ୍ରୀ ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ଶୁଭମ କୁମାର ପାଣି