ବାଲି ବୋଝେଇ ଟ୍ରାକ୍ଟର ଦୁର୍ଘଟଣା ଗ୍ରସ୍ତ: ଡ୍ରାଇଭର ମୃତ…

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଗଜପତି ଜିଲ୍ଲା ପ୍ରସିଦ୍ଧ ଗଣ୍ଡାହାତି ଜଳପ୍ରପାତ ନିକଟରେ ଏକ ଦୁଃଖଦ ଘଟଣା ଘଟିଛି । ବାଲି ବୋଝେଇ ଟ୍ରାକ୍ଟର ଦୁର୍ଗମ ଘାଟି ରାସ୍ତା ଦେଇ ଯାଉଥିବା ବେଳେ ହଠାତ୍ ଟ୍ରାକ୍ଟର ଇଞ୍ଚିନଟି ଘାଟି ରାସ୍ତାକୁ ଚଢି ନପାରି ଟ୍ରାକ୍ଟରର ଟ୍ରଲିକୁ ପିଡି ହୋଇଯିବା ଯୋଗୁଁ ଡ୍ରାଇଭର ଜଣକ ଚାପି ହୋଇ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଛନ୍ତି । ଏହି ଘଟଣାଟି ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ ଚାଞ୍ଚଡା ସାହି ନିକଟରେ ଥିବା ଅଗମ୍ୟ ଘାଟି ରାସ୍ତାରେ ଘଟିଛି । ମୃତକ ଡ୍ରାଇଭର ହେଲେ ଜୁଏଲ ଶବର ସେ ମୁନିଆ ବାଡ ଗ୍ରାମ ବାସି ବୋଲି ଜଣାପଡ଼ିଛି । ଅଞ୍ଚଳ ବାସୀ ବାରମ୍ବାର ଦାବି ସତ୍ତ୍ୱେ ଏହି ଅଗମ୍ୟ ଅଞ୍ଚଳର ବିପଦ ଜନକ ଘାଟି ରାସ୍ତାକୁ ପ୍ରଶାସନ ଦୃଷ୍ଟି ଦେଉନଥିବାରୁ ଏହି ଭଳି ଘଟଣା ବାରମ୍ବାର ଘଟୁଥିବା ଅଞ୍ଚଳବାସୀ ଦାବି କରିଛନ୍ତି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତ ଡ୍ରାଇଭର ଶବକୁ ବ୍ୟବତ୍ସଦ ପାଇଁ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ସୂଚନା ମିଳିଛି ।

ରିପୋର୍ଟ – କୃଷ୍ଣ କୁମାର ବେହେରା